Image Courtesy of The Times of India
ନୂଆଦିଲ୍ଲୀ: ୨୦୨୦-୨୧ ଶିକ୍ଷାବର୍ଷ ଲାଗି ‘ସିବିଏସ୍ଇ’ ସ୍କୁଲ୍ ସମେତ ଗୁଜରାଟର ସମସ୍ତ ସ୍କୁଲ୍ରେ ୨୫% ଫି’ ଛାଡ଼ କରାଯାଇଛି। ଗୁଜରାଟ ଶିକ୍ଷାମନ୍ତ୍ରୀ ଭୂପେନ୍ଦ୍ରସିଂହ ଚୂଡ଼ସମା କହିଛନ୍ତି ଯେ, ୨୦୨୦ ଜୁନ୍ ରୁ ୨୦୨୧ ମାର୍ଚ ପର୍ଯ୍ୟନ୍ତ ୨୫% ସ୍କୁଲ୍ ଫି’ ଛାଡ଼ କରିବାକୁ ‘ସେଲ୍ଫ୍-ଫାଇନାନ୍ସ୍ଡ୍’ (ସରକାରୀ ଅନୁଦାନ ପାଉ ନ ଥିବା ସ୍କୁଲ୍) ସ୍କୁଲ୍ ସମୂହ ରାଜି ହୋଇଛନ୍ତି। ପରିବହନ ଫିସ୍ ସମେତ ସ୍କୁଲ୍ମାନେ କୌଣସି ଅତିରିକ୍ତ ଦେୟ ଦାବି କରିବେ ନାହିଁ। ‘ସିବିଏସ୍ସି’ ସ୍କୁଲ୍ ସମେତ ଏହି ନିଷ୍ପତ୍ତି ରାଜ୍ୟର ସବୁ ସ୍କୁଲ୍ ଅନୁସରଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
କୋଭିଡ୍-୧୯ ମହାମାରୀ ଏବଂ ସ୍କୁଲ୍ ବନ୍ଦ କାରଣରୁ ୨୦୨୦-୨୧ ଶିକ୍ଷାବର୍ଷର ଫି’ରୁ ୨୫% ହ୍ରାସ କରିବାକୁ ସରକାର କେତେକ ‘ସେଲ୍ଫ୍-ଫାଇନାନ୍ସ୍ଡ୍’ ସ୍କୁଲ୍ମାନଙ୍କୁ ପ୍ରସ୍ତାବ ଦେବା ପରେ ଏକ ରାଜିନାମା ପ୍ରସ୍ତୁତ ହୋଇଥିଲା। ନିକଟରେ ଶିକ୍ଷାମନ୍ତ୍ରୀ ଏବଂ କେତେକ ସ୍କୁଲ୍ର କର୍ତ୍ତୃପକ୍ଷ ଉକ୍ତ ରାଜିନାମାରେ ସ୍ବାକ୍ଷର କରିଥିଲେ।
Image Courtesy of India Today୨୦୨୦ ଜୁନ୍ ଏବଂ ତା’ପରବର୍ତ୍ତୀ ମାସମାନଙ୍କ ଲାଗି ଯଦି କୌଣସି ଅଭିଭାବକ ସମ୍ପୂର୍ଣ୍ଣ ଫି’ ଦାଖଲ କରି ଦେଇ ଥାଆନ୍ତି, ତେବେ ରାଜିନାମା ଅନୁସାରେ ଗୁଜରାଟର ସମସ୍ତ ସ୍କୁଲ୍ ଫି’ ପରିବର୍ତ୍ତନ କରିବେ।
ପ୍ରଥମେ ୨୦% ଫି’ ଛାଡ଼ ପାଇଁ ସରକାରଙ୍କୁ ସ୍କୁଲ୍ସମୂହ ପ୍ରସ୍ତାବ ଦେଇଥିଲେ। କିନ୍ତୁ, ସରକାର ତାହାକୁ ଅଗ୍ରାହ୍ୟ କରି ୨୫% ଫି’ କରିବା ଉପରେ ଅଟଳ ରହିଥିଲେ।
Follow Us