ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ପରିବାର ଲୋକଙ୍କୁ ୨୫ଲକ୍ଷ ଟଙ୍କା ଓ ଘର ଦେବେ ସରକାର

ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ପରିବାର ଲୋକଙ୍କୁ ୨୫ଲକ୍ଷ ଟଙ୍କା ଓ ଘର ଦେବେ ସରକାର

The Hindu

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କୁ  ଦୁଷ୍କର୍ମକାରୀମାନେ ଜେଲରୁ ଜାମିନରେ ମୁକୁଳିବା ପରେ ଜିଅନ୍ତା ଜାଳି ଦେଇଥିଲେ । ନବେ ପ୍ରତିଶତ ପୋଡି ଯାଇଥିବା ଉନ୍ନାଓ ଦୁଷ୍କର୍ମ ପୀଡିତା ଦୀର୍ଘ ୪୦ ଘଣ୍ଟା ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଗତ ଶୁକ୍ରବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

ଏହି ଘଟଣାକୁ ନେଇ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉନ୍ନାଓର ଦୁଷ୍କର୍ମ ପୀଡ଼ିତାଙ୍କ ଲାଗି ଦୁଃଖ ପ୍ରକାଶ କରିବା ସହ ପୀଡିତାଙ୍କ ପରିବାରଲୋକଙ୍କୁ ୨୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପୀଡିତାଙ୍କ ପରିବାରଲୋକଙ୍କୁ ଘର ଦେବା ପାଇଁ ବି ଘୋଷଣା କରିଛନ୍ତି।

publive-image India Today

ଏହି ଘୋଷଣା ବ୍ୟତୀତ ଯୋଗୀ ଆଦିତ୍ୟନାଥ ଉନ୍ନାଓ ପୀଡିତାଙ୍କ ପରିବାରଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କି, ଅଭିଯୁକ୍ତମାନଙ୍କ ପ୍ରତି ଅତି କଠୋର ଦଣ୍ଡବିଧାନ କରିବାକୁ ତାଙ୍କ ସରକାର ଏହି ମାମଲାକୁ ଫାଷ୍ଟ୍‌-ଟ୍ରାକ୍‌ କୋର୍ଟକୁ ନେବ। ଦିଂବଗତ ମହିଳାଙ୍କ ପରିବାର ପ୍ରତି ମଧ୍ୟ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe