ପ୍ରଶ୍ନପତ୍ର ଲିକ୍ ମାମଲା : ସାଇନିଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୪ ଡିଏସପିଙ୍କ ସମେତ ୨୫ ପୁଲିସ କର୍ମୀ ନିଲମ୍ବିତ

ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନି ବୋର୍ଡ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ୪ ଡିଏସପିଙ୍କ ସମେତ ୨୫ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

saini

ଚଣ୍ଡିଗଡ଼: ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନି ବୋର୍ଡ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ଘଟଣାରେ ଅନେକ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିଛି। ଅବହେଳା ପାଇଁ ୪ ଡିଏସପିଙ୍କ ସମେତ ୨୫ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଚଣ୍ଡିଗଡ଼ରେ ମୁଖ୍ୟମନ୍ତ୍ରୀ ସାଇନି କହିଛନ୍ତି, ଏହା ପ୍ରଶ୍ନପ୍ରତ୍ର ଲିକ୍ ନୁହେଁ ପ୍ରଘଟ ଥିଲା । ଏ ନେଇ ସମସ୍ତ ଡିସି ଓ ଏସପିଙ୍କୁ ଆବଶ୍ୟକ ନିର୍ଦ୍ଦେଶ ନାମା ଜାରି କରାଯାଇଛି। ପରୀକ୍ଷା ଦେଇଥିବା ୪ ଜଣ ବାହାର ବ୍ୟକ୍ତି ଓ ୮ ଜଣ ଛାତ୍ରଛାତ୍ରୀଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି। ଅବହେଳା ପାଇଁ ୪ ଜଣ ଡିଏସପି ଓ ୩ ଜଣ ଏସ୍ଏଚ୍ଓଙ୍କ ସମେତ ୨୫ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସାଇନି ଏହା ମଧ୍ୟ କହିଛନ୍ତି ଯେ ଏହି ମାମଲାର ତଦନ୍ତ ଜାରି ରହିଛି। ସମସ୍ତ ଏସଏସପି ପରୀକ୍ଷା କେନ୍ଦ୍ରଠାରୁ ୫୦୦ ମିଟର ଦୂରରେ ରହିବେ ବୋଲି ସୁନିଶ୍ଚିତ କରିବେ। ପ୍ରାଥମିକ ତଦନ୍ତରେ ଅବହେଳା କରିଥିବା ୨୫ ଜଣ ପୁଲିସ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ନିଲମ୍ବିତ କରାଯାଇଛି। ଯଦି ରାଜ୍ୟର କୌଣସି ସ୍ଥାନରେ ଏଭଳି ଘଟଣା ଘଟେ, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe