ମିଳିଲା ନୂଆ ଜୀବନ, ଏତେ ବଡ଼ ବିମାନ ଦୁର୍ଘଟଣା ପରେ ବଞ୍ଚିଗଲେ ୨୫ଯାତ୍ରୀ

Advertisment

ଆଜି କଜାଖସ୍ତାନର ଆକଟାଓ ସହର ନିକଟରେ ଏକ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ବିମାନରେ ସମୁଦାୟ ୬୭ଜଣ ଲୋକ ଉପସ୍ଥିତ ଥିଲେ। ୬୭ଜଣକ ମଧ୍ୟରୁ ୨୫ଜଣଙ୍କ ଜୀବିତ ଥିବା ଜଣାପଡିଛି |

ଆଜି କଜାଖସ୍ତାନର ଆକଟାଓ ସହର ନିକଟରେ ଏକ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ବିମାନରେ ସମୁଦାୟ ୬୭ଜଣ ଲୋକ ଉପସ୍ଥିତ ଥିଲେ। ୬୭ଜଣକ ମଧ୍ୟରୁ ୨୫ଜଣଙ୍କ ଜୀବିତ ଥିବା ଜଣାପଡିଛି |

Azerbaijan

ନୂଆଦିଲ୍ଲୀ: ଆଜି କଜାଖସ୍ତାନର ଆକଟାଓ ସହର ନିକଟରେ ଏକ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ବିମାନରେ ସମୁଦାୟ ୬୭ଜଣ ଲୋକ ଉପସ୍ଥିତ ଥିଲେ, ସେଥିମଧ୍ୟରୁ ୬୨ଜଣ ଯାତ୍ରୀ ଏବଂ ୫ଜଣ କ୍ରୁ ସଦସ୍ୟ ଥିଲେ। ୬୭ଜଣକ ମଧ୍ୟରୁ ୨୫ଜଣ ଜୀବିତ ଥିବା ଜଣାପଡିଛି | ଅକୌଟା ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ ପୂର୍ବରୁ ବିମାନରେ ନିଆଁ ଲାଗିଯାଇଥିବା ସାମ୍ନାକୁ ଆସିଛି।

ସୂଚନା ମୁତାବକ, ଏହି ବିମାନଟି ଆଜେରବାଇଜାନ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ହେଉଥିଲା। ଏହା ବାକୁରୁ ଉଡ଼ାଣ ଆରମ୍ଭ କରି ରୁଷିଆର ଚେଚନ୍ୟାର ଗ୍ରୋଜନି ଅଭିମୁଖେ ଯାଉଥିଲା। କିନ୍ତୁ, ଗ୍ରୋଜନିରେ କୁହୁଡ଼ି  ଯୋଗୁ ଏହାର ମାର୍ଗ ପରିବର୍ତ୍ତନ କରାଯାଇଥିଲା। ଏହା ପରେ କଜାଖସ୍ତାନର ଆକଟାଓରେ ବିମାନ ଅବତରଣ କରାଇବାକୁ ନିଷ୍ପତ୍ତି ନେଇଥିଲେ ପାଇଲଟ | ହେଲେ ଅବତରଣ ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ଦୁର୍ଘଟଣା ପରେ ତୁରନ୍ତ ଜରୁରୀକାଳୀନ ସେବା ଘଟଣାସ୍ଥଳରେ ପହଞ୍ଚିଥିଲା। ବିମାନରେ ନିଆଁ ଲିଭାଇବା କାର୍ଯ୍ୟ ଶୀଘ୍ର ଆରମ୍ଭ ହେବାରୁ ଏବେ ୨୫ଜଣ ବଞ୍ଚିଯାଇଥିବା ଜଣାପଡିଛି। ଦୁର୍ଘଟଣା ସମୟର ଅନେକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି। ଏପର୍ଯ୍ୟନ୍ତ ଦୁର୍ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିନାହିଁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe