ବ୍ୟାଡ୍‌ମିଣ୍ଟନ ଖେଳିବାକୁ ଯାଇଥିଲେ, ଶବ ହୋଇ ଫେରିଲେ

ବ୍ୟାଡ୍‌ମିଣ୍ଟନ ଖେଳିବାକୁ ଯାଇଥିଲେ। ଶବ ହୋଇ ଫେରିଲେ ଯୁବକ। ହାଇଦ୍ରାବାଦର ନାଗୋଲେ ଷ୍ଟାଡିୟମରେ ଘଟିଛି ଏଭଳି ଘଟଣା। ଷ୍ଟାଡିୟମକୁ ବ୍ୟାଡମିଣ୍ଟନ ଖେଳିବାକୁ ଯାଇଥିବା ସମୟରେ ଜଣେ ୨୫ବର୍ଷୀୟ ଯୁବକଙ୍କ ହଠାତ୍ ମୃତ୍ୟୁ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

New Project (14)

ହାଇଦ୍ରାବାଦ: ବ୍ୟାଡ୍‌ମିଣ୍ଟନ ଖେଳିବାକୁ ଯାଇଥିଲେ। ଶବ ହୋଇ ଫେରିଲେ ଯୁବକ। ହାଇଦ୍ରାବାଦର ନାଗୋଲେ ଷ୍ଟାଡିୟମରେ ଘଟିଛି ଏଭଳି ଘଟଣା। ଷ୍ଟାଡିୟମକୁ ବ୍ୟାଡମିଣ୍ଟନ ଖେଳିବାକୁ ଯାଇଥିବା ସମୟରେ ଜଣେ ୨୫ବର୍ଷୀୟ ଯୁବକଙ୍କ ହଠାତ୍ ମୃତ୍ୟୁ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଡାକ୍ତରମାନେ ଦାବି କରିଛନ୍ତି ଯେ, ଯୁବକଙ୍କ ମୃତ୍ୟୁ ହୃଦଘାତରେ ହୋଇଛି। ମୃତକଙ୍କ ନାମ ହେଲା ଗୁଣ୍ଡଲା ରାକେଶ।

ସୂଚନା ମୁତାବକ, ଘଟଣାଟି ରବିବାର ରାତିରେ ଘଟିଥିଲା। ଗୁଣ୍ଡଲା ରାକେଶ ପ୍ରତିଦିନ ଭଳି ରବିବାର ମଧ୍ୟ ଷ୍ଟାଡିୟମରେ ତାଙ୍କ ବନ୍ଧୁମାନଙ୍କ ସହ ବ୍ୟାଡମିଣ୍ଟନ ଖେଳୁଥିଲେ। ଏହି ସମୟରେ ହଠାତ୍ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କ ବନ୍ଧୁମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ପରୀକ୍ଷା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ରାକେଶ ହାଇଦ୍ରାବାଦର ଏକ ଘରୋଇ କମ୍ପାନିରେ କର୍ମଚାରୀ ଥିଲେ ଏବଂ ନିୟମିତ ଭାବରେ ଷ୍ଟାଡିୟମକୁ ବ୍ୟାଡମିଣ୍ଟନ ଖେଳିବାକୁ ଯାଉଥିଲେ।

ତେବେ ଏହା ପ୍ରଥମ ଘଟଣା ନୁହେଁ। ନିକଟ ଅତୀତରେ ହୃଦଘାତ ଅନେକ ଲୋକଙ୍କ ଜୀବନ ନେଇଛି। ବିଶେଷ କରି ଜିମ୍‌ରେ ବା ଖେଳୁଥିବା ସମୟରେ ଅନେକ ଲୋକଙ୍କର ହୃଦଘାତ ହେଉଥିବା ଦେଖାଯାଇଛି। କରୋନା ପରଠାରୁ ଏହି ସଂଖ୍ୟା ଅଧିକ ବଢ଼ିଥିବାରୁ କରୋନା ଟିକାକୁ ଏହାର କାରଣ ବୋଲି ଅନେକ ଦାବି କରୁଛନ୍ତି। ବିଭିନ୍ନ ଗବେଷକ ଏବଂ ଡାକ୍ତର ଏହି ଦାବିକୁ ଖଣ୍ଡନ କରିଥିଲେ ମଧ୍ୟ ହୃଦଘାତର ସଂଖ୍ୟା ବଢ଼ୁଥିବା ଦେଖି ଲୋକଙ୍କ ମନରେ ଏବେ ବି କରୋନା ଟିକାକୁ ନେଇ ସନ୍ଦେହ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe