InsideNE
ମୋସୁଲ: ଆତଙ୍କବାଦୀ ଗିରଫ ହେବାର ଅନେକ ଘଟଣା ସାମ୍ନାକୁ ଆସିଛି। କିନ୍ତୁ ଇରାକ୍ର ମୋସୁଲରୁ ଏମିତି ଜଣେ ଆତଙ୍କବାଦୀକୁ ପୁଲିସ ଗିରଫ କରିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳିଛି।
ଗିରଫ କରିବା ପରେ ଏହି ଆତଙ୍କବାଦୀକୁ ହାଜତକୁ ନେବା ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ଏହି ଆତଙ୍କବାଦୀର ଓଜନ ୨୫୦କିଲୋଗ୍ରାମ୍ ପାଖାପାଖି ଥିଲା। ସେଥିପାଇଁ ସେହି ସମୟରେ ତାକୁ କାରରେ ନେବା ସମ୍ଭବ ନ ଥିଲା। ଏଥିପାଇଁ ଗିରଫ ଆତଙ୍କବାଦୀକୁ ନେବା ପାଇଁ ଏକ ପିକ୍-ଅପ୍ ଟ୍ରକର ବନ୍ଦୋବସ୍ତ କରାଯାଇଥିଲା। ଟ୍ରକ୍ରେ ଆତଙ୍କବାଦୀକୁ ବସାଇ ନେବା ଖବର ପ୍ରଘଟ ହେବା ପରେ ଏହି ଘଟଣାକୁ ନେଇ ବିଭିନ୍ନ ପ୍ରକାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି, ଯାହାକୁ ନେଇ ବ୍ୟବହାରକାରୀ ବିଭିନ୍ନ ପ୍ରକାର ମଜାଳିଆ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳୁଛି।
Calcutta Newsକିଛି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ କହିବାନୁସାରେ, ‘କିଛି ଆବଶ୍ୟକ ନ ଥିଲା ଏତେ କଷ୍ଟ କରିବା। ଏହି ଆତଙ୍କବାଦୀର ଓଜନ ଏତେ ଯେ ସେ ନିଜେ ନିଜେ ଧରା ହୋଇଯାଇଥାଆନ୍ତା।’
ଆଇଏସ୍ଆଇଏସର ଆତଙ୍କବାଦୀ ମୁଫି ସିଫ୍ ଅଲ-ନିମା ଓରଫ ଅବୁ ଅବ୍ଦୁଲ ବାରିକୁ ଗୁରୁବାର ସ୍ୱାଟ ଟିମ୍ ପଶ୍ଚିମ ଇରାକ୍ରୁ ଗିରଫ କରିଛି। ଏହି ଆତଙ୍କବାଦୀର ଡାକ ନାମ ଜବ୍ଦା ଦ ଜିହାଦୀ ବୋଲି ଜଣାପଡ଼ିଛି।
ସୁରକ୍ଷାବଳ କହିବାନୁସାରେ, ଆତଙ୍କବାଦୀ ଜବ୍ଦା ଦ ଜିହାଦୀ ସହରର ମସଜିଦକୁ ବିସ୍ଫୋରଣରେ ଉଡ଼ାଇ ଦେବାର ଧମକ ଦେଇଥିଲା। ଏହି ମସଜିଦକୁ ଇରାକର ଏକ ଐତିହାସିକ ପୀଠ ବୋଲି ଧରାଯାଇଥାଏ। ଏହି ମସଜିଦକୁ ୨୦୧୪ରେ ଆଇଏସ୍ଆଇଏସ୍ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ଦେଇଥିଲେ।
Follow Us