ପିଓକେ ଲଞ୍ଚ୍‌ ପ୍ୟାଡ୍‌ରେ ୨୫୦ ଆତଙ୍କବାଦୀ

Advertisment
ପୁଞ୍ଚ ନିକଟରେ ସେନାର ଏନକାଉଣ୍ଟର, ୨ ଆତଙ୍କବାଦୀ ନିପାତ

OdishaTV

ଶ୍ରୀନଗର: ସୀମାରେ ଏବେ ବଡ଼ ଉତ୍ତେଜନା ସୃଷ୍ଟି ପାଇଁ ପାକିସ୍ତାନ ପ୍ରୟାସ କରୁଛି ଏବଂ ୨୫୦ରୁ ଅଧିକ ଆତଙ୍କବାଦୀ ପାକ୍‌ ଅଧିକୃତ କାଶ୍ମୀରର ଲଞ୍ଚ୍‌ ପ୍ୟାଡ୍‌ରେ ରହିଛନ୍ତି। ଏହି ଆତଙ୍କବାଦୀଙ୍କୁ ପାକିସ୍ତାନ ସେନା ଭାରତରେ ପ୍ରବେଶ କରାଇବା ପାଇଁ ଯୋଜନା କରୁଥିବାରୁ ଏହାକୁ ନେଇ ଆଗାମୀ ଦିନରେ ଏଲ୍‌ଓସିରେ ଉତ୍ତେଜନା ବଢ଼ିବ ବୋଲି ଆଶଙ୍କା କରାଯାଉଛି । ଜମ୍ମୁ କାଶ୍ମୀରରେ ଡିଡିସି ନିର୍ବାଚନ ସଫଳତାର ସହ ସଂପୂର୍ଣ୍ଣ ହୋଇଥିବାରୁ ଆତଙ୍କବାଦୀ ସଂଗଠନଗୁଡ଼ିକର ହତାଶା ବଢ଼ିଯାଇଛି ଏବଂ ପାକିସ୍ତାନ ସେନା କାଶ୍ମୀରରେ ବଡ଼ ହିଂସା ପାଇଁ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉପରେ ଏବେ ଫୋକସ୍‌ କରୁଛି।

ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଏବଂ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାପାଇଁ ୧୧ଟି ଦଳର ମିଳିତ ମଂଚ ପକ୍ଷରୁ ପ୍ରବଳ ଚାପ ସୃଷ୍ଟି କରାଯାଉଥିବାରୁ ଏଥିରୁ ଦୃଷ୍ଟି ଏଡ଼ାଇବା ପାଇଁ ପାକିସ୍ତାନ ଏବେ ସୀମାରେ ଉତ୍ତେଜନା ବଢ଼ାଇବାକୁ ଚାହୁଛି। ତେବେ ଭାରତୀୟ ସେନା ପାକିସ୍ତାନର ପ୍ରତ୍ୟେକ ଷଡ଼ଯନ୍ତ୍ରକୁ ପଣ୍ଡ କରିବା ସହ ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଉଛି। ଅନୁପ୍ରବେଶ ରୋକିବା ପାଇଁ ଭାରତ ବ୍ୟାପକ ସତର୍କତା ପଦକ୍ଷେପ ମଧ୍ୟ ଗ୍ରହଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe