କହିଲେ ଗୋଟେ କଲେ ଗୋଟେ... ମହିଳାଙ୍କୁ ଠକିଦେଲେ କି ଦିଲ୍ଲୀ ସରକାର ?

2500 not for all

Photograph: (SAMBAD.IN)

ନୂଆଦିଲ୍ଲୀ: ମହିଳାଙ୍କୁ ଠକିଦେଲେ କି ଦିଲ୍ଲୀ ସରକାର ? ସରକାର ଗଢିବା ପରେ ଭୁଲିଗଲେ କି ଦେଇଥିବା ପ୍ରତିଶ୍ରୁତି ? ମହିଳାଙ୍କୁ ମାସକୁ ୨୫୦୦ ଟଙ୍କା ଦେବା ନେଇ ଯେଉଁ ପଣ କରିଥିଲା ବିଜେପି ତାହା ଦେବାରେ ବିଳମ୍ବ ହେଉଥିବା ବେଳେ ଏଭଳି ଅଭିଯୋଗ ବିରୋଧୀ ଆଣୁଛନ୍ତି ଆଉ ଇତି ମଧ୍ୟରେ ଦିଲ୍ଲୀରେ ୨୫୦୦ ଟଙ୍କା ପାଇବାକୁ ପ୍ରସ୍ତୁତ ହେଉଥିବା ସର୍ତ୍ତାବଳୀକୁ ଯଦି ଅନୁଶୀଳନ କରାଯାଏ ତାହାଲେ ଦିଲ୍ଲୀର ପ୍ରତି ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ଦେବାର କଥାକୁ ରେଖା ସରକାର ରଖିପାରିଲେନି ବୋଲି କୁହାଯାଇପାରେ । ଏବଂ ମହିଳାଙ୍କୁ ବିଜେପି ମିଛ କହି ସରକାର ଗଢି ଠକି ଦେଇଥିବା ବି କୁହାଯାଇପାରେ ।

କାରଣ ନିର୍ବାଚନ ଆଗରୁ ପ୍ରତି ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ସହାୟତା ଦେବାକୁ ବିଜେପି କହିଥିଲା ହେଲେ ଏବେ ଯେଉଁ ସର୍ତ୍ତାବଳୀ ଲାଗୁ ହେବାକୁ ଯାଉଛି ସେଥିରେ କିନ୍ତୁ ଭିନ୍ନ କଥା ଅଛି । ଯଦିଓ ଜାତୀୟ ଗଣମାଧ୍ୟମରେ କୁହାଯାଉଛି ଉକ୍ତ ଗାଇଡଲାଇନ ବିଶେଷ ସୂତ୍ରରୁ ମିଳିଛି ଆଉ ତାହା ଖୁବଶୀଘ୍ର ଆସିପାରେ ତେଣୁ ଉକ୍ତ ସର୍ତ୍ତାବଳୀକୁ ଆଧାର କରି ମହିଳାଙ୍କୁ ଟଙ୍କା ଦିଆଯିବ । ନଜର ପକାନ୍ତୁ ମହିଳା ସମୃଦ୍ଧି ଯୋଜନାରେ ମହିଳାଙ୍କୁ ୨୫୦୦ ଟଙ୍କା ମାସିକ ଦେବାକୁ କଣ ରହିଛି ସର୍ତ୍ତ...

୨୫୦୦ ଟଙ୍କା ପାଇଁ ସର୍ତ୍ତାବଳୀ
-ପ୍ରତି ପରିବାରର ଜଣେ ମହିଳାଙ୍କୁ ମିଳିବ ଯୋଜନାର ଲାଭ
-ବିପିଏଲ କାର୍ଡରେ ଯଦି ୪ ଜଣ ମହିଳାଙ୍କ ନାମ ରହିଛି ତେବେ କାର୍ଡରେ ଥିବା ସବୁଠୁ ଅଧିକ ବୟସ୍କ ମହିଳାଙ୍କୁ ଯୋଜନାର ଲାଭ ମିଳିବ
-୩ରୁ ଅଧିକ ପିଲା ଥିଲେ ମିଳିବନି ୨୫୦୦ ଟଙ୍କା
-ଯେଉଁ ମହିଳାଙ୍କର ୩ଟି ପିଲା ଥିବେ ଆଉ ଯଦି ସେମାନେ ଟୀକା ନେଇ ନଥିବେ ତାହାଲେ ଯୋଜନାରୁ ଫାଇଦା ମିଳିବନି
-୨୫୦୦ ଟଙ୍କା ପାଇବାକୁ ହେଲେ ମହିଳାଙ୍କର ବିପିଏଲ କାର୍ଡ ଥିବା ଜରୁରୀ
-ମହିଳାଙ୍କ ବୟସ ୨୧ରୁ ୬୦ ଭିତରେ ରହିବା ଆବଶ୍ୟକ

କଣ ଥିଲା ନିର୍ବାଚନ ପୂର୍ବର ସର୍ତ୍ତ  ?
-ମହିଳା ଜଣଙ୍କ ଦିଲ୍ଲୀର ବାସିନ୍ଦା ହେବା ଦରକାର
-ସରକାରଙ୍କ ଦ୍ୱାରା ଧାର୍ୟ୍ୟ କରାଯାଇଥିବା ମାନଦଣ୍ଡ ଅନୁଯାୟୀ ଆୟ ସୀମା ରହିବା ଦରକାର
-ପୂର୍ବରୁ କୌଣସି ସରକାରୀ ଯୋଜନାର ଲାଭ ପାଇନଥିବା ଦରକାର 
- ବ୍ୟାଙ୍କ ଆକାଉଣ୍ଟ ଆଧାର ସହ ଲିଙ୍କ୍ ହୋଇଥିବା ଜରୁରୀ ଏବଂ ସକ୍ରିୟ ଥିବା ଦରକାର
-ଚାକିରିଆ ମହିଳାଙ୍କୁ ଏହି ସହାୟତା ମିଳିବନି
-ଆବେଦନକାରୀଙ୍କର ରାସନ କାର୍ଡ ଥିବା ଜରୁରୀ 

ତେବେ ନିର୍ବାଚନ ଆଗରୁ ସମସ୍ତ ମହିଳା ଦିଲ୍ଲୀର ହୋଇଥିବା କହି ଏବେ ସର୍ତ୍ତ ରଖିଥିବାରୁ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହ ବିରୋଧୀମାନେ ରେଖା ସରକାରଙ୍କୁ ଟାର୍ଗଟ୍ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe