୨୫୪ଜଣ ଭୋପାଳ ଗ୍ୟାସ୍‌ ପୀଡ଼ିତ କରୋନାରେ ପ୍ରାଣ ହରାଇଛନ୍ତି

Advertisment
୨୫୪ଜଣ ଭୋପାଳ ଗ୍ୟାସ୍‌ ପୀଡ଼ିତ କରୋନାରେ ପ୍ରାଣ ହରାଇଛନ୍ତି

India Today

ଭୋପାଳ : ଭୋପାଳ ଗ୍ୟାସ୍‌ ଦୁର୍ଘଟଣା ପୀଡ଼ିତ ପ୍ରାୟ ୨୫୪ ଜଣ କରୋନା ମହାମାରୀ‌ରେ ପ୍ରାଣ ହାରିଛନ୍ତି। ଦୁର୍ଘଟଣା ପୀଡ଼ିତଙ୍କ ଅଧିକାର ପାଇଁ ଲଢ଼ୁଥିବା ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଏହି ଦାବି ହୋଇଛି। କିନ୍ତୁ ମଧ୍ୟପ୍ରଦେଶ ସରକାର କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ୧୦୨ ଜଣ ଭୋପାଳ ଗ୍ୟାସ୍‌ ଦୁର୍ଘଟଣା ପୀଡ଼ିତଙ୍କ ମୃତ୍ୟୁ ହୋଇଛି। ଭୋପାଳ ଗ୍ୟାସ୍‌ ଦୁର୍ଘଟଣାକୁ ବିଶ୍ବର ସବୁଠୁ ବିପଜ୍ଜନକ ଶିଳ୍ପ ବିପର୍ଯ୍ୟୟ କୁହାଯାଉଛି। ଭୋପାଳ ଗ୍ୟାସ୍‌ ଦୁର୍ଘଟଣା ଯୋଗୁଁ ପ୍ରାୟ ୧୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ବୋଲି ବେସରକାରୀ ଭାବେ ଦାବି କରାଯାଇଥିଲା।

ପ୍ରାୟ ୫ ଲକ୍ଷରୁ ଅଧିକ ଲୋକ କରୋନା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ଭୋପାଳ ଗ୍ୟାସ୍‌ ଦୁର୍ଘଟଣା ରିଲିଫ୍‌ ଏବଂ ଥଇଥାନ ନିର୍ଦ୍ଦେଶକ ବସନ୍ତ କୁରେ କହିଛନ୍ତି, ଡିସେମ୍ବର ୨ ପର୍ଯ୍ୟନ୍ତ ଭୋପାଳରେ ୫୧୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୧୦୨ ଜଣ ଭୋପାଳ୍‌ ଗ୍ୟାସ୍‌ ଦୁର୍ଘଟଣା ପୀଡ଼ିତ ଏବଂ ଏମାନଙ୍କ ମଧ୍ୟରୁ ୬୯ ଜଣଙ୍କ ବୟସ ୫୦ରୁ ଅଧିକ। କିନ୍ତୁ ବିଜିଆଇଏ (ଭୋପାଳ ଗ୍ରୁପ୍‌ ଫର ଇନଫରମେସନ୍‌ ଆଣ୍ଡ୍‌ ଆକ୍ସନ୍‌) ସ୍ବେଚ୍ଛାସେବୀ ସଂସ୍ଥାର ରଚନା ଢିଙ୍ଗ୍ରା କହିଛନ୍ତି, ରାଜ୍ୟ ସ୍ବାସ୍ଥ୍ୟ ବୁଲେଟିନ୍‌ ଅନୁଯାୟୀ ଆମେ କରୋନାରେ ପ୍ରାଣ ହାରିଥିବା ୫୧୮ ଜଣ ରୋଗୀଙ୍କ ମଧ୍ୟରୁ ୪୫୦ ଜଣଙ୍କ ପରିବାର ଗସ୍ତ କରିଥିଲୁ। ଏମାନଙ୍କ ମଧ୍ୟରୁ ୨୫୦ ଜଣ ଭୋପାଳ ଗ୍ୟାସ୍ ଦୁର୍ଘଟଣା ପୀଡ଼ିତ ବୋଲି ଜଣାପଡ଼ିଛି। ଏହି ୨୫୪ ପୀଡ଼ିତଙ୍କ ପାଖରେ ବିଏମ୍‌ଏଚ୍‌ଆରସି (‌ଭୋପାଳ ମେମୋରିଆଲ୍‌ ହସ୍ପିଟାଲ୍‌ ଆଣ୍ଡ୍‌ ରିସର୍ଚ୍ଚ‌୍ ସେଣ୍ଟର୍‌) ପକ୍ଷରୁ ପ୍ରଦତ୍ତ ସ୍ମାର୍ଟ କାର୍ଡ ମଧ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe