୨୬/୧୧ ପରେ ଭାରତୀୟ ସେନା ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବାକୁ ଚାହିଁଥିଲା; ହେଲେ ତତ୍କାଳୀନ ଉପା ସରକାର ଅନୁମତି ଦେଇ ନଥିଲା: ପ୍ରଧାନମନ୍ତ୍ରୀ ମୋଦି

୨୬/୧୧ ପରେ ଭାରତୀୟ ସେନା ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବାକୁ ଚାହିଁଥିଲା; ହେଲେ ତତ୍କାଳୀନ ଉପା ସରକାର ଅନୁମତି ଦେଇ ନଥିଲା: ପ୍ରଧାନମନ୍ତ୍ରୀ ମୋଦି

କନ୍ୟାକୁମାରୀ (ତାମିଲନାଡ଼ୁ): ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଯେତେବେଳେ ସମସ୍ତ ଦେଶବାସୀ ଏହି ଘଟଣା ପାଇଁ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାହୁଁଥିଲେ. ସେତେବେଳେ ଭାରତୀୟ ସେନା ମଧ୍ୟ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବାକୁ ଚାହିଁଥିଲା। ହେଲେ, ବିଡ଼ମ୍ବନା ସେତେବଳର କଂଗ୍ରେସ ନେତୃତ୍ତ୍ୱାଧୀନ ଉପା ସରକାର ଏଥିପାଇଁ ଭାରାତୀୟ ସେନାକୁ ଅନୁମତି ଦେଇ ନଥିଲା। ଫଳରେ ନିରୁପାୟ ହୋଇ ଭାରତୀୟ ସେନା ଏହି ଘଟଣାରେ ନିଜ ହାତ ବାନ୍ଧି ବସି ରହିବା ପାଇଁ ବାଧ୍ୟ ହୋଇଥିଲା; ବୋଲି ଆଜି କନ୍ୟାକୁମାରୀ ଠାରେ ଏକ ସାଧାରଣ ସଭାରେ ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।


ଏଥିସହ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତୀୟ ସେନା ଯେତେବେଳେ ଉରି ଓ ପୁଲଓ୍ଵାମା ଘଟଣାରେ ପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍‌ କରି ସଫଳତା ପାଇଛି ସେତେବେଳେ କଂଗ୍ରେସ ସମେତ କିଛି ବିରୋଧୀ ଦଳ ଏବେ ସେନାର ଏହି ସଫଳତାକୁ ସନ୍ଦେହ ଦୃଷ୍ଟିରେ ଦେଖି ପାକିସ୍ତାନ ସପକ୍ଷରେ ଓକିଲାତି କରିବା ଆରମ୍ଭ କରିଛନ୍ତି। ଭାରତୀୟ ପାକିସ୍ତାନ ବିରୋଧରେ କରିଥିବା ସର୍ଜିକାଲ ଷ୍ଟ୍ରାଇକ୍‌କୁ ବିଶ୍ୱର ସମସ୍ତ ରାଷ୍ଟ୍ର ସମର୍ଥନ ଦେଇଥିବା ବେଳେ ଆମ ଦେଶର ବିରୋଧୀ ଦଳ ନେତାମାନେ କିନ୍ତୁ ଭାରତୀୟ ସେନାକୁ ଏହାର ପ୍ରମାଣ ମାଗିଛନ୍ତି। ଏପରିସ୍ଥିତିରେ ଏହା ଠାରୁ ଆଉ ଅଧିକ ବିଡ଼ମ୍ବନାର ବିଷୟ କ’ଣ ଥାଇପାରେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।


ଏଥିସହ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଯେତେବେଳେ ସମଗ୍ର ଦେଶ ଭାରତୀୟ ସେନା ପଛରେ ରହିଛି; ବିଶ୍ୱର ସମସ୍ତ ରାଷ୍ଟ୍ର ଯେତେବେଳେ ଭାରତର ଏହି କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଦେଇଛନ୍ତି ସେତେବେଳେ ଖୋଦ୍‌ ଭାରତର ବିରୋଧୀ ଦଳ ନେତାମାନେ ଭାରତୀୟ ସେନାକୁ ପ୍ରମାଣ ମାଗିବା ସହ ପାକିସ୍ତାନ ସପକ୍ଷରେ ଓକିଲାତି କରିବା ସେମାନଙ୍କ ଦେଶପ୍ରେମର ସ୍ୱରୂପକୁ ପଦାରେ ପକାଇ ଦେଇଛି। ଏମାନେ ଭାରତ ଅପେକ୍ଷା ପାକିସ୍ତାନର ପ୍ରିୟପାତ୍ର ହେବାକୁ ଅଧିକ ପସନ୍ଦ କରୁଛନ୍ତି। ସେଥିପାଇଁ ଏଇ ନେତାମାନଙ୍କର ବକ୍ତବ୍ୟକୁ ପାକିସ୍ତାନର ସଂସଦ ଠାରୁ ଆରମ୍ଭ ପାକିସ୍ତାନୀ ଗଣମାଧ୍ୟମରେ ଜୋରସୋରରେ ପ୍ରଚାର ଓ ପ୍ରସାର କରାଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe