ଶେଷରେ ସ୍ବୀକାର କଲା ପାକିସ୍ତାନ: ପାକ୍‌ ଆତଙ୍କବାଦୀ ହିଁ ୨୬/୧୧ ଆକ୍ରମଣ କରିଥିଲେ

Advertisment
ଶେଷରେ ସ୍ବୀକାର କଲା ପାକିସ୍ତାନ: ପାକ୍‌ ଆତଙ୍କବାଦୀ ହିଁ ୨୬/୧୧ ଆକ୍ରମଣ କରିଥିଲେ

The Telegraph

ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଦଳ ପିଟିଆଇ ଶେଷରେ ସତ ଓଗାଳି ଦେଇଛି। ବୁଧବାର ଦେଶର ଜଣେ ସାମ୍ବାଦିକଙ୍କ ସହ ବିତର୍କ ସମୟରେ ପିଟିଆଇ ଏହା ସ୍ବୀକାର କରିଛି ଯେ, ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣରେ ପାକିସ୍ତାନୀ ଆତଙ୍କବାଦୀ ସମ୍ପୃକ୍ତ। ମହମ୍ମଦ ଅଜମଲ ଅମିର କସବ ଏବଂ ଅନ୍ୟ ଆତଙ୍କବାଦୀମାନେ ମୁମ୍ବାଇ ଆକ୍ରମଣରେ ସାମିଲ ଥିଲେ ବୋଲି ପିଟିଆଇ ମୁଖପାତ୍ର ଅବଦୁଲ ସମାଦ ୟାକୁବ ସ୍ବୀକାର କରିଥିଲେ। ଏଥିରୁ ମୁମ୍ବାଇ ଆକ୍ରମଣ ନେଇ ଆଜି ପର୍ଯ୍ୟନ୍ତ ପାକିସ୍ତାନର ଛଳନା ପଦାରେ ପଡ଼ିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe