ଛତିଶଗଡରେ ବଡଧରଣର ଏନକାଉଣ୍ଟର: ଥରିଲା ମାଓ ଶିବିର, ଟଳିଲେ ୨୬ ମାଓବାଦୀ

26 naxal

Photograph: (sambad.in)

ରାଇପୁର: ଛତିଶଗଡରେ ବଡ ଧରଣର ଏନକାଉଣ୍ଟର । ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଲେ ୨୬ ମାଓବାଦୀ । ବିଜାପୁର ଏବଂ କାଙ୍କେର ଜିଲ୍ଲାରେ ବଡ ଧରଣର ମାଓ ଅପରେସନରେ ଯବାନଙ୍କୁ ମିଳିଛି ବଡ ସଫଳତା । ଯେଉଁଥିରେ ନିପାତ ହୋଇଛନ୍ତି ୨୬ ଜଣ ନକ୍ସଲ । ଅପରେସନ ପରେ ଗୋଟେ ପରେ ଗୋଟେ ମାଓବାଦୀଙ୍କ ମୃତଦେହ ମିଳୁଛି । ସୁରକ୍ଷା କର୍ମୀଙ୍କ ଗୁଳିରେ ୨୬ ମାଓବାଦୀ ସଫା ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି ।

ତେବେ ବିଜାପୁରରେ ଅଧିକ ମାଓବାଦୀଙ୍କୁ ଏନକାଉଣ୍ଟର କରାଯାଇଥିବା ବେଳେ କାଙ୍କେରରେ ନିପାତର ପରିମାଣ କମ୍ ରହିଛି । ଜଙ୍ଗଲରୁ ନକ୍ସଲଙ୍କ ଶବ ଜବତ କରୁଛନ୍ତି ଯବାନ । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe