ଦିଲ୍ଲୀ: ମେଟ୍ରୋ ଷ୍ଟେସନ୍‌ ନିକଟ କୋଠାରେ ଭୟାବହ ଅଗ୍ନିକାଣ୍ଡରେ ୨୬ ମୃତ, ଶୋକ ଜଣାଇଲେ ରାଷ୍ଟ୍ରପତି-ଦିଲ୍ଲୀ ମୁଖ୍ୟମନ୍ତ୍ରୀ

Advertisment
ଦିଲ୍ଲୀ: ମେଟ୍ରୋ ଷ୍ଟେସନ୍‌ ନିକଟ କୋଠାରେ ଭୟାବହ ଅଗ୍ନିକାଣ୍ଡରେ ୨୬ ମୃତ, ଶୋକ ଜଣାଇଲେ ରାଷ୍ଟ୍ରପତି-ଦିଲ୍ଲୀ ମୁଖ୍ୟମନ୍ତ୍ରୀ

Photo: Aajtak

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏକ କୋଠାରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି।  ରିପୋର୍ଟ ଲେଖାଯିବା ବେଳକୁ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ବ ଲୋକ ଫସି ରହିଥିବା ଜଣାଯାଇଛି। ସମସ୍ତ ମୃତହେଦ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀର ମୁଖ୍ୟ ଅଧିକାରୀ ଅତୁଲ ଗର୍ଗ କହିଛନ୍ତି ଯେ, କୋଠାରେ ୩୦ରୁ ୪୦ ଜଣ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ସେ କହିଛନ୍ତି, ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ତୃତୀୟ ମହଲାରେ ଯାଞ୍ଚ ଚାଲିଛି। କୋଠାର ପ୍ରଥମ ମହଲାରୁ ନିଆଁ ଲାଗିଥିବା ଅନୁମାନ କରାଯାଉଥିବା ବ‌େଳେ ଏହାର ପ୍ରକୃତ କାରଣ ଜଣାପଡ଼ି ନାହିଁ।

କୋଠାରୁ ଉଦ୍ଧାର କରାଯାଇଥିବା ୯ ଜଣ ଆହତଙ୍କୁ ସଂଜୟ ଗାନ୍ଧୀ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶା କରାଯାଉଛି। ଅଗ୍ନିକାଣ୍ଡ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ‌ଗଭୀର ଶୋକ ପ୍ରକାଶ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଶୋକ ଜଣାଇଛନ୍ତି। ଉଭୟ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe