ଟିକା ଅଭାବରୁ ବନ୍ଦ ହେଲା ମୁମ୍ବାଇର ୨୬ଟି ଟିକାକରଣ କେନ୍ଦ୍ର

ଟିକା ଅଭାବରୁ ବନ୍ଦ ହେଲା ମୁମ୍ବାଇର ୨୬ଟି ଟିକାକରଣ କେନ୍ଦ୍ର

The Financial Express

ମୁମ୍ବାଇ: ଗତକାଲି ଦେଶର କୌଣସି ରାଜ୍ୟରେ ଟିକାର ଅଭାବ ନାହିଁ ବୋଲି କେନ୍ଦ୍ର ଦାବି କରିଥିବା ବେଳେ ଆଜି ଟିକା ଅଭାବରୁ ମୁମ୍ବାଇର ୨୬ଟି ଟିକାକରଣ କେନ୍ଦ୍ର ବନ୍ଦ ହୋଇଥିବା ଜଣାପଡ଼ିଛି। ଟିକା ପାଇଁ କେନ୍ଦ୍ରକୁ କୁହାଯାଇଛି ଏବଂ ଟିକାର ଡୋଜ ଆସିବା ପରେ ବନ୍ଦ ହୋଇଥିବା ଟିକାକରଣ କେନ୍ଦ୍ର ପୁଣି ଥରେ ଚାଲୁ କରିଦିଆଯିବ ବୋଲି କହି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି। ବନ୍ଦ ହୋଇଥିବା ୨୬ଟି ଟିକାକରଣ କେନ୍ଦ୍ର ମଧ୍ୟରୁ ୨୩ଟି ନବୀ ମୁମ୍ବାଇରେ ଥିବା ଜଣାପଡ଼ିଛି। ମହାରାଷ୍ଟ୍ର ସମେତ ଦିଲ୍ଲୀରେ ମଧ୍ୟ ଟିକା ଅଭାବରୁ ଟିକାକରଣ କେନ୍ଦ୍ର ବନ୍ଦ ହେଉଥିବା ନେଇ ଖବର ମିଳିଛି।

South Africa Launches COVID-19 Vaccination Programme With Johnson & Johnson NDTV.com

ଗତକାଲି ରାଜ୍ୟର କେତେକ କୋଭିଡ୍‌-୧୯ ଟିକାକରଣ କେନ୍ଦ୍ରରେ ଯଥେଷ୍ଟସଂଖ୍ୟକ ଟିକା ନ ଥିବାରୁ ଲୋକମାନଙ୍କୁ ଫେରାଇ ଦିଆଯାଉଛି ବୋଲି କହିଥିଲେ ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ। ଏହା ସହ, ସମ୍ପ୍ରତି ରାଜ୍ୟରେ ୧୪ ଲକ୍ଷ ଡୋଜ୍‌ ଟିକା ଅଛି। ତାହା ଆଗାମୀ ୩ ଦିନରେ ସରିଯିବ। କେନ୍ଦ୍ର ସରକାର ଆମକୁ ଟିକା ଯୋଗାଇ ଦେବା ବେଳେ ପ୍ରତି ସପ୍ତାହରେ ୪୦ ଲକ୍ଷ ଅତିରିକ୍ତ ଡୋଜ୍‌ ଟିକା ଯୋଗାଇ ଦେବାକୁ ରାଜ୍ୟ ସରକାର ଦାବି କରିଛନ୍ତି। ଟିକା ଯୋଗାଣ ବେଗ ମଧ୍ୟ ଖୁବ୍‌ ମନ୍ଥର। କେନ୍ଦ୍ର ଆମକୁ ଟିକା ଦେଉନାହିଁ ବୋଲି ମୁଁ କହୁନାହିଁ, କିନ୍ତୁ ଯୋଗାଣ ବେଗ ଖୁବ୍‌ ମନ୍ଥର ବୋଲି ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଥିଲେ। ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe