୨୬ ନୌସେନା ସଦସ୍ୟ କୋଭିଡ୍‌ ପଜିଟିଭ୍‌, ଜଣଙ୍କଠାରୁ ସମସ୍ତେ ସଂକ୍ରମିତ ହୋଇଛନ୍ତି

Advertisment
୨୬ ନୌସେନା ସଦସ୍ୟ କୋଭିଡ୍‌ ପଜିଟିଭ୍‌, ଜଣଙ୍କଠାରୁ ସମସ୍ତେ ସଂକ୍ରମିତ ହୋଇଛନ୍ତି

Rediff.com

ନୂଆଦିଲ୍ଲୀ: ଭାରତୀୟ ନୌସେନାର ୨୬ ଜଣ ସଦସ୍ୟ କରୋନା ସଂକ୍ରମିତ ହୋଇଛନ୍ତି। କ‌‌ରୋନା ଯୋଗୁଁ ଆମେରିକା ଏବଂ ଫ୍ରାନ୍ସର ପରମାଣୁ ଶକ୍ତିସମ୍ପନ୍ନ ବିମାନବାହୀ ଯୁଦ୍ଧପୋତ ଏବେ ଅଚଳ ହୋଇଯାଇଥିବା ବେଳେ ଏଭଳି ସ୍ଥିତିରେ ଭାରତୀୟ ନୌସେନା ନାବିକମାନେ କରୋନା ସଂକ୍ରମିତ ହେବା ଚିନ୍ତାଜନକ ହୋଇଛି। ମିଳିଥିବା ସୂଚନାନୁଯାୟୀ ପଶ୍ଚିମ ନୌସେନା କମାଣ୍ଡ୍‌ର ଆଇଏନ୍‌ଏସ ଆଙ୍ଗ୍ରେର ୨୬ ଜଣ ନାବିକ କରୋନା ସଂକ୍ରମିତ ହୋଇଛନ୍ତି। ସେମାନେ ଏବେ କୋଲାବା ସ୍ଥିତ ନୌସେନା ହସ୍ପିଟାଲ୍‌ ଆଇଏନଏଚଏସ୍‌ ଅଶ୍ବିନୀ ମୁମ୍ବାଇରେ ଚିକିତ୍ସାଧୀନ ଅଛନ୍ତି।

ଏହି ନାବିକମାନଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେନେଇ ବ୍ୟାପକ ଅନୁସନ୍ଧାନ ଆରମ୍ଭ ହୋଇଛି। ସମସ୍ତ ସଦସ୍ୟ ଆଇଏନ୍‌ଏସ ଆଙ୍ଗ୍ରେର ଏକ ନିର୍ଦ୍ଦିଷ୍ଟ ବ୍ଲକ୍‌ରେ ରହୁଥିଲେ। ଏହି ବ୍ଲକ୍‌ଟିକୁ ଏବେ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି ଏବଂ ଆଇଏନ୍‌ଏସ୍‌ ଆଙ୍ଗ୍ରେ ଏବେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ରେ ଅଛି। ମିଳିଥିବା ସୂଚନାନୁଯାୟୀ ଜଣଙ୍କଠାରୁ ହିଁ ଅନ୍ୟମ‌ାନେ ସଂକ୍ରମିତ ହୋଇଛନ୍ତି। ପ୍ରଥମେ ଏପ୍ରିଲ ୭ ତାରିଖରେ ଜଣେ ନାବିକ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ତେବେ ଏହା ପୂର୍ବରୁ ସେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କ ନମୁନା ପରୀକ୍ଷା କରିବାପରେ ଅନ୍ୟ ୨୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ଅନେକଙ୍କ ଶରୀରରେ କରୋନାର ଲକ୍ଷଣ ଦେଖା‌ ଦେଇନଥିବାରୁ ଅଧିକ ପରୀକ୍ଷା‌ କରାଯାଉଛି। କରୋନା ସଂକ୍ରମିତ ହୋଇଥିବା ଅଧିକାଂଶ ନାବିକଙ୍କ ବୟସ ୨୦ ବର୍ଷ ମଧ୍ୟରେ। କେବଳ ଜଣଙ୍କ ବୟସ ୪୭ ବର୍ଷ ବୋଲି ଜଣାପଡ଼ିଛି। ସେନା ବାହିନୀରେ ଏତେ ସଂଖ୍ୟାରେ ସଦସ୍ୟ କ‌ରୋନା ସଂକ୍ରମିତ ହେବା ପ୍ରଥମ। ଅନ୍ୟପକ୍ଷେ ସ୍ଥଳସେନାରେ ୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨ ଜଣ ଡାକ୍ତର ଅଛନ୍ତି। ଉଲ୍ଲେଖଯୋଗ୍ୟ ଗତ ଏପ୍ରିଲ ୯ ତାରିଖରେ ନୌସେନା ମୁଖ୍ୟ ଆଡମିରାଲ୍‌ କରମବୀର ସିଂହ ସେନା ବାହିନୀର ସମସ୍ତ ସଦସ୍ୟଙ୍କୁ କରୋନା ବିରୋଧରେ ଲଢ଼େଇକୁ ଜୋରଦାର କରିବାପାଇଁ ଆହ୍ବାନ ଦେଇଥିଲେ। ଯୁଦ୍ଧ ଜାହାଜ ଏବଂ ବୁଡ଼ାଜାହାଜଗୁଡ଼ିକୁ ଭାଇରସ୍‌ ମୁକ୍ତ ରଖିବା ଏକ ବଡ଼ ଚ୍ୟାଲେଂଜ ବୋଲି କରମବୀର ସିଂହ କହିଥିଲେ। ଆାମରିକାର ୪ଟି ବିମାନବାହୀ ଯୁଦ୍ଧପୋତରେ କରୋନା ମାମଲା ଆସିବାପରେ ନୌସେନା ମୁଖ୍ୟ ଏହି ବାର୍ତ୍ତା ଦେଇଥିଲେ। ଫ୍ରାନ୍ସର ଏକ ବିମାନବାହୀ ଯୁଦ୍ଧପୋତରେ ୬୦୦ରୁ ଅଧିକ ନାବିକ କ‌ରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ତେବେ ୨୬ ଜଣ ନୌସେନା ସଦସ୍ୟ କରୋନା ସଂକ୍ରମିତ ହେବାପରେ ଏନ୍‌ଏସଏ ଅଜିତ ଡୋଭାଲ୍‌ ସ୍ଥିତି ସମୀକ୍ଷା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe