ମହାରାଷ୍ଟ୍ରରେ ୩ ଜଣଙ୍କୁ ପିଟିପିଟି ହତ୍ୟା ମାମଲା: ରାଜ୍ୟକୁ କେନ୍ଦ୍ର ସରକାର ରିପୋର୍ଟ ମାଗିଲେ

Advertisment

ଉଦ୍ଧବଙ୍କ ସହ ଆଲୋଚନା କଲେ ଶାହ

ଉଦ୍ଧବଙ୍କ ସହ ଆଲୋଚନା କଲେ ଶାହ

ମହାରାଷ୍ଟ୍ରରେ ୩ ଜଣଙ୍କୁ ପିଟିପିଟି ହତ୍ୟା ମାମଲା: ରାଜ୍ୟକୁ କେନ୍ଦ୍ର ସରକାର ରିପୋର୍ଟ ମାଗିଲେ

Image Source: Zee News

ମୁମ୍ବାଇ: ମହାରାଷ୍ଟ୍ରର ପାଳଘର ଜିଲ୍ଲାରେ ୨ ଜଣ ସାଧୁଙ୍କୁ ସମେତ ୩ ଜଣଙ୍କୁ ପିଟି ହତ୍ୟା ମାମଲାରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ର ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ଏହା ପୂର୍ବରୁ ମାମଲା ସଂପର୍କରେ ଶାହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଏହି ମାମଲାରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାର ପ୍ରତିବାଦ କରି ଅଖିଳ ଭାରତୀୟ ଆଖଡ଼ା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ ଧମକ ଦେଇଛନ୍ତି। ହନୁମାନଗଦିର ପୂଜାରୀ ରାଜ ଦାସ ଧାରଣାରେ ବସିଛନ୍ତି। ସୂଚନଯୋଗ୍ୟ ଗତ ୧୭ ତାରିଖ ଦିନ ଜୁନା ଆଖଡ଼ାର ସନ୍ଥ ସ୍ବାମୀ କଳ୍ପବୃକ୍ଷ ଗିରିଜୀ, ସ୍ବାମୀ ସୁଶିଲ ଗିରୀଜୀ ଏବଂ ତାଙ୍କ ଡ୍ରାଇଭର ନିଲେଶ ତେଲଗଡ଼େଙ୍କୁ ଚୋର ସନ୍ଦେହରେ ଶତାଧିକ ଗ୍ରାମବାସୀ ପିଟିପିଟି ହତ୍ୟା କରିଥିଲେ। ସାଧୁଙ୍କୁ ପିଟିପିଟି ହତ୍ୟା ମାମଲାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି ଏବଂ ଉଦ୍ଧବ ଠାକ୍‌ରେଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଘଟଣା‌ ପଛରେ ସଂଖ୍ୟାଲଘୁ ସଂପ୍ରଦାୟର ହାତ ଥିବା ଅଭିଯୋଗ କରି ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର ହେଉଥିବା ବେଳେ ଘଟଣା ଆଦୌ ସାଂପ୍ରଦାୟିକ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏହି ମାମଲାରେ ୧୦୧ ଜଣଙ୍କ ବିରୋଧରେ ଏଫ୍‌ଆଇଆର୍‌ ହୋଇଛି। ହତ୍ୟା ଘଟଣାକୁ ନେଇ ପାଳଘର ଅଂଚଳରେ ତୀବ୍ର ଉତ୍ତେଜନା ଦେଖା ଦେଇଛି। ଭିଡ଼ହିଂସା ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସ କର୍ମୀ କୌଣସି ପଦକ୍ଷେପ ନେଇନଥିବାରୁ ଏଭଳି ବର୍ବର କାଣ୍ଡ ଘଟିଲା ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe