ଇସ୍ରାଏଲ ଯୁଦ୍ଧ : ସୁରକ୍ଷିତ ଭାବେ ଇଜିପ୍ଟ ସୀମା ପାର କଲେ ୨୭ ଭାରତୀୟ ନାଗରିକ

Advertisment
ଇସ୍ରାଏଲ ଯୁଦ୍ଧ : ସୁରକ୍ଷିତ ଭାବେ ଇଜିପ୍ଟ ସୀମା ପାର କଲେ ୨୭ ଭାରତୀୟ ନାଗରିକ

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ୍ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ମଧ୍ୟରେ ସେଠାରେ ଅନେକ ଭାରତୀୟ ଫସି ରହିଛନ୍ତି । ତେବେ ସେଠାରେ ଫସି ରହିଥିବା ୨୭ ଜଣ ଉତ୍ତର-ପୂର୍ବ ରାଜ୍ୟ ମେଘାଳୟ ବାସିନ୍ଦାଙ୍କୁ ସୁରକ୍ଷିତ ଭାବେ ଇଜିପ୍ଟ ଦେଇ ଭାରତକୁ ଅଣାଯାଉଛି । ଏ ସମ୍ପର୍କରେ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ କେ. ସାଙ୍ଗମା ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ମିଶନର ପ୍ରୟାସର ଅଂଶ ସ୍ୱରୂପ ଇସ୍ରାଏଲରେ ଫସି ରହିଥିବା ୨୭ ମେଘାଳୟ ନାଗରିକ ସୁରକ୍ଷିତ ଭାବେ ଇଜିପ୍ଟ ସୀମା ଅତିକ୍ରମ କରିଛନ୍ତି ବୋଲି ସାଙ୍ଗମା ଏକ୍ସରେ ଲେଖିଛନ୍ତି।

ଏହା ପୂର୍ବରୁ ମେଘାଳୟ ମୁଖ୍ୟମନ୍ତ୍ରୀ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧରେ ଫସି ରହିଥିବା ରାଜ୍ୟର ୨୭ ଜଣଙ୍କୁ ଉଦ୍ଧାର କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସହାୟତା ଲୋଡ଼ିଥିଲେ। ଶନିବାର ଦିନ ସେ କହିଥିଲେ ଯେ ଫସି ରହିଥିବା ଲୋକଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ସେ ମନ୍ତ୍ରଣାଳୟ ସହ ଯୋଗାଯୋଗରେ ଅଛନ୍ତି।

ଜେରୁଜେଲମ ହେଉଛି ଇହୁଦୀ ଧର୍ମ, ଖ୍ରୀଷ୍ଟିଆନ ଓ ଇସଲାମ ଧର୍ମର ପବିତ୍ର ସହର । ମେଘାଳୟରୁ ଖ୍ରୀଷ୍ଟିଆନମାନେ ଧାର୍ମିକ ଭ୍ରମଣରେ ସେଠାକୁ ଯାଆନ୍ତି।   ଅନ୍ୟପକ୍ଷରେ ଇସ୍ରାଏଲରେ ଥିବା ୧୦ ଜଣ ନେପାଳୀ ଛାତ୍ର ହମାସ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe