ପାକିସ୍ତାନ ଟ୍ରେନ ଅପହରଣ: ୧୫୫ଯାତ୍ରୀଙ୍କୁ ମୁକ୍ତ କରିଥିବା ଦାବି କଲା ପାକ୍ ସେନା, ୨୭ଆତଙ୍କବାଦୀ ନିହତ

Advertisment

ମଙ୍ଗଳବାର ପାକିସ୍ତାନର ବଲୁଚିସ୍ତାନରେ ଜାଫର ଏକ୍ସପ୍ରେସ ଟ୍ରେନକୁ ଅପହରଣ କରାଯାଇଥିଲା। ବଲୁଚ ମୁକ୍ତି ସେନା(ବିଏଲ୍‌ଏ) ୧୭ ଘଣ୍ଟାରୁ ଅଧିକ ସମୟ ହେଲାଣି ଟ୍ରେନ୍‌କୁ ଅପହରଣ କରି ରଖିଛି।

ମଙ୍ଗଳବାର ପାକିସ୍ତାନର ବଲୁଚିସ୍ତାନରେ ଜାଫର ଏକ୍ସପ୍ରେସ ଟ୍ରେନକୁ ଅପହରଣ କରାଯାଇଥିଲା। ବଲୁଚ ମୁକ୍ତି ସେନା(ବିଏଲ୍‌ଏ) ୧୭ ଘଣ୍ଟାରୁ ଅଧିକ ସମୟ ହେଲାଣି ଟ୍ରେନ୍‌କୁ ଅପହରଣ କରି ରଖିଛି।

pakistan

ଇସଲାମାବାଦ: ମଙ୍ଗଳବାର ପାକିସ୍ତାନର ବଲୁଚିସ୍ତାନରେ ଜାଫର ଏକ୍ସପ୍ରେସ ଟ୍ରେନକୁ ଅପହରଣ କରାଯାଇଥିଲା। ବଲୁଚ ମୁକ୍ତି ସେନା(ବିଏଲ୍‌ଏ) ୧୭ ଘଣ୍ଟାରୁ ଅଧିକ ସମୟ ହେଲାଣି ଟ୍ରେନ୍‌କୁ ଅପହରଣ କରି ରଖିଛି। ପାକିସ୍ତାନୀ ସେନା ଏପର୍ଯ୍ୟନ୍ତ ବଲୁଚ୍ ବିଦ୍ରୋହୀଙ୍କ କବଳରୁ ଟ୍ରେନ୍‌କୁ ମୁକ୍ତ କରିବାରେ ବିଫଳ ହୋଇଛି। ପୂର୍ବରୁ ବିଏଲ୍‌ଏ ୧୦୪ଯାତ୍ରୀଙ୍କୁ ମୁକ୍ତ କରିଥିବା ନେଇ ଦାବି କରିଥିବା ବେଳେ ଏବେ ପାକ୍ ସେନା ମୋଟ ୧୫୫ଜଣଙ୍କୁ ମୁକ୍ତ କରିବାରେ ସଫଳ ହୋଇଥିବା କହିଛି। ଏହା ସହ ଗୁଳିଚାଳନା ବେଳେ ୨୭ଜଣ ଆତଙ୍କବାଦୀ ନିହତ ହୋଇଥିବା ସାମ୍ନାକୁ ଆସିଛି।

ପଶ୍ଚିମ ଏସିଆ ରଣନୀତିଜ୍ଞ ୱାଏଲ ଆୱାଦ ବଲୁଚିସ୍ତାନରେ ଜାଫର ଏକ୍ସପ୍ରେସ ଟ୍ରେନ ଆକ୍ରମଣକୁ ନେଇ କହିଛନ୍ତି ଯେ, "ବିଏଲ୍‌ଏ ୧୦୦ରୁ ଅଧିକ ସେନା କର୍ମଚାରୀ ଥିବ‌ା ପାକିସ୍ତାନୀ ଟ୍ରେନ ଅପହରଣ କରିଥିବା ଦାବି କରିଛି। ସେମାନେ ପିଲା ଏବଂ ବୃଦ୍ଧ ମହିଳାଙ୍କୁ ମୁକ୍ତ କରୁଛନ୍ତି ଏବଂ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛନ୍ତି। ବଲୁଚିସ୍ତାନର କହିବା ମୁତାବକ, ବିଭାଜନ ପରେ ବଲୁଚିସ୍ତାନ ପ୍ରଦେଶକୁ କବଜା କରି ପାକିସ୍ତାନରେ ମିଶାଯାଇଛି। ସେବେଠାରୁ ବଲୁଚିସ୍ତାନ, ପାକିସ୍ତାନ ଦ୍ବାରା ନିର୍ଯ୍ୟାତିତ ହୋଇଆସିଛି। ଏଥିପାଇଁ ସେମାନେ ପାକିସ୍ତାନ ସେନା ବିରୋଧରେ ଲଢ଼ିବାକୁ ବାଧ୍ୟ ହୋଇଛନ୍ତି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe