ଭାରତରେ ଆକ୍ରମଣ ଲାଗି ବାଲାକୋଟ୍‌ରେ ତାଲିମ ନେଉଛନ୍ତି ୨୭ ଆତଙ୍କବାଦୀ: ଗୁଇନ୍ଦା ସୂଚନା

Advertisment
ଭାରତରେ ଆକ୍ରମଣ ଲାଗି ବାଲାକୋଟ୍‌ରେ ତାଲିମ ନେଉଛନ୍ତି ୨୭ ଆତଙ୍କବାଦୀ: ଗୁଇନ୍ଦା ସୂଚନା

Image Source: Hindustan Times

ନୂଆଦିଲ୍ଲୀ: ଭାରତରେ ଆକ୍ରମଣ ଲାଗି ଜୈଶ୍‌-ଏ-ମହମ୍ମଦ ସଂଗଠନର ବାଲାକୋଟ୍‌ କ୍ୟାମ୍ପ୍‌ରେ ୨୭ଜଣ ଆତଙ୍କବାଦୀ ତାଲିମ ଗ୍ରହଣ କରୁଥିବା କଥା ଗୁଇନ୍ଦା ବିଭାଗ ସୂଚନା ଦେଇଛି।

ଏହି ୨୭ଜଣ ଆତଙ୍କବାଦୀମାନଙ୍କ ମଧ୍ୟରୁ ୮ ଜଣ ହେଉଛନ୍ତି ପାକିସ୍ତାନ ଅଧିକୃତ କଶ୍ମୀର ଅଞ୍ଚଳର। ପାକିସ୍ତାନର ପଞ୍ଜାବ ପ୍ରଦେଶରୁ ୨ ଜଣ ଏବଂ ଆଫଗାନୀସ୍ଥାନର ୩ଜଣ ତାଲିମ୍‌ଦାତାଙ୍କ ଦ୍ୱାରା ସେମାନେ ତାଲିମ୍‌ ହେଉଛନ୍ତି। ଏହି ସପ୍ତାହ ମଧ୍ୟରେ ସେମାନଙ୍କ ତାଲିମ ଶେଷ ହୋଇଯିବ ବୋଲି ସୂଚନା ମିଳିଛି। ଏହା ପରେ ସେ ଆତଙ୍କବାଦୀମାନଙ୍କୁ ଭାରତକୁ ଛଡ଼ାଯିବ।

publive-image Image Source: MSN

ଜୈଶ୍‌ ଆତଙ୍କବାଦୀମାନଙ୍କ ଦ୍ୱାରା ପୁଲ୍‌ଓ୍ଵାମା ଆକ୍ରମଣ ଘଟଣା ପରେ ଭାରତୀୟ ବାୟୁସେନା ବାଲାକୋଟ୍‌ ଆକ୍ରମଣ କରି ଆତଙ୍କବାଦୀଙ୍କ ତାଲିମ କେନ୍ଦ୍ରରେ ବୋମା ବର୍ଷଣ କରିଥିଲା। ଏଥିରେ ପ୍ରାୟ ୩୦୦ ଆତଙ୍କବାଦୀ ନିହତ ହୋଇଥିଲେ ବୋଲି ଭାରତୀୟ ବାୟୁସେନା ଦାବି କରିଥିଲା। କିନ୍ତୁ, କିଛି ମାସ ପରେ ପୁଣି ବାଲାକୋଟ୍‌ ସକ୍ରିୟ ହୋଇ ଉଠିଥିଲା। ପୂର୍ବପରି ସେଠାରେ ଆତଙ୍କବାଦୀମାନଙ୍କୁ ତାଲିମ୍‌ ଦିଆଯାଉଥିବା କଥା କିଛି ମାସ ତଳେ ଗୁଇନ୍ଦା ସୂଚନା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe