ଷ୍ଟାର୍ଟଅପ୍ ଜଗତରେ ୨୭ ହଜାର ଛଟେଇ

Advertisment

୨୦୨୩ରେ ୮୦୦୦ରୁ ଅଧିକ, ମେଟାରେ ବରିଷ୍ଠ ଅଧିକାରୀ ବିଦା

୨୦୨୩ରେ ୮୦୦୦ରୁ ଅଧିକ, ମେଟାରେ ବରିଷ୍ଠ ଅଧିକାରୀ ବିଦା

ଷ୍ଟାର୍ଟଅପ୍ ଜଗତରେ ୨୭ ହଜାର ଛଟେଇ

ADP

ନୂଆଦିଲ୍ଲୀ : ଗତବର୍ଷଠାରୁ ଷ୍ଟାର୍ଟଅପ୍ ଜଗତରେ ଆରମ୍ଭ ହୋଇଥିବା ଛଟେଇ ଧାରା ଏବେବି ଜାରି ରହିଛି। ଇତିମଧ୍ୟରେ ୨୭ ହଜାରରୁ ଅଧିକ କର୍ମଚାରୀ ଚାକିରି ହରାଇଛନ୍ତି। ସେମାନଙ୍କ ଭିତରୁ ୮୦୦୦ରୁ ଅଧିକ କର୍ମଚାରୀ ୨୦୨୩ରେ ଛଟେଇ ହୋଇଛନ୍ତି।
ଆଇଏନ୍‌ସି୪୨ର ତଥ୍ୟ ଅନୁସାରେ ୯୮ଟି ଷ୍ଟାର୍ଟଅପ୍ ୨୬,୮୬୮ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଗତ ପାଞ୍ଚ ମାସରେ ପ୍ରାୟ ୫୦ଟି ଷ୍ଟାର୍ଟଅପ୍ ୮୦୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଷ୍ଟାର୍ଟଅପ୍ ସଂସ୍ଥା ଏୟାରମିଟ୍ ୭୫ ଜଣ, ହାପ୍‌ପେ ଏହାର ୩୫%, ଟିଚ୍‌ମିଣ୍ଟ୍‌ ୧୧୫ ଜଣ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ପ୍ରଯୁକ୍ତି ମାଧ୍ୟମରେ ଶିକ୍ଷାଦାନ ସୁବିଧା ପ୍ରଦାନ କରୁଥିବା ଷ୍ଟାର୍ଟଅପ୍‌ଗୁଡ଼ିକରେ ଅଧିକ ଛ‌ଟେଇ ହୋଇଛି।

ପ୍ରଯୁକ୍ତି ଓ ଷ୍ଟାର୍ଟଅପ୍ ଜଗତରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଲାଗି ୨୦୨୩ ଏକ ଖରାପ ବର୍ଷ ସାବ୍ୟସ୍ତ ହୋଇଛି। ପାଞ୍ଚ ମାସ ଭିତରେ ପ୍ରାୟ ୨ ଲକ୍ଷ କର୍ମଚାରୀ ଚାକିରି ହରାଇଲେଣି। ମେଟା, ବିଟି, ଭୋଡାଫୋନ୍ ଭଳି ବିଶ୍ବସ୍ତରୀୟ ସଂସ୍ଥା ହଜାର ହଜାର କର୍ମଚାରୀଙ୍କୁ ବିଦା କରିଛନ୍ତି। ଲେଅଫ୍‌ସ ଡଟ୍‌ ଏଫ୍‌ୱାଇଆଇ ତଥ୍ୟ ଅନୁସାରେ ବିଶ୍ବସ୍ତରରେ ୬୯୫ ପ୍ରଯୁକ୍ତି କଂପାନି ୧.୯୮ ଲକ୍ଷ କର୍ମଚାରୀଙ୍କୁ ବିଦା କରିଛନ୍ତି। ଇତି ମଧ୍ୟରେ ମେଟା ପକ୍ଷରୁ ଭାରତରେ ଛଟେଇ ପ୍ରକ୍ରିୟା‌ ଆରମ୍ଭ ହୋଇଯାଇଛି। କଂପାନିର ବରିଷ୍ଠ ଅଧିକାରୀ ସ୍ତରରେ ଛଟେଇ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe