ପବଜୀ ନେଲା ଆଉ ଏକ ଜୀବନ: ବର୍ଷେ କାଳ ଶୋଇ ରହି ପବଜୀ ଖେଳି ଶେଷରେ ନିଷ୍କ୍ରିୟତା ଓ ଅବସାଦର ଶିକାର ହୋଇ ପ୍ରାଣ ହରାଇଲେ ଯୁବକ

ପବଜୀ ନେଲା ଆଉ ଏକ ଜୀବନ: ବର୍ଷେ କାଳ ଶୋଇ ରହି ପବଜୀ ଖେଳି ଶେଷରେ ନିଷ୍କ୍ରିୟତା ଓ ଅବସାଦର ଶିକାର ହୋଇ ପ୍ରାଣ ହରାଇଲେ ଯୁବକ

Techzai

ପୁଣେ: ପୁଣି ଏକ ଜୀବନ ନେଇଛି ଅନଲାଇନ ଗେମ୍ ପବଜୀ। ବର୍ଷେ ପର୍ଯ୍ୟନ୍ତ କୌଣସି ଶାରୀରିକ କାମ ନ କରି ଘରେ ଶୋଇ ଶୋଇ ପବଜୀ ଖେଳୁଥିଲେ ଯୁବକ। ଯାହାଦ୍ବାରା ତାଙ୍କ ଶରୀରର ଅଙ୍ଗ ହଠାତ୍ କାମ କରିବା ବନ୍ଦ କରିଦେବା ସହ ହୃଦଘାତରେ ତାଙ୍କର ଜୀବନ ଚାଲିଯାଇଥିବା ଜଣା ପଡ଼ିଛି। ପ୍ରଥମେ ସେ କୋମାକୁ ଚାଲିଯିବା ପରେ ତାଙ୍କୁ ପୁଣେର ଓଜାସ୍ ମଲଟି ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ଦୁଇଥର ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।

ଯୁବକଙ୍କ ନାଁ ହର୍ଷଲ ବୋଲି ଚିହ୍ନଟ କରାଯାଇଥିବା ବେଳେ ଶନିବାର ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସର କହିବା ମୁତାବକ, ଛୋଟବେ‌ଳୁ ହର୍ଷଲ ନିଜ ମାତା-ପିତାଙ୍କୁ ହରାଇବା ପରେ ସେ ଓ ତାଙ୍କ ଭାଇ ମାମୁଁ-ମାଇଁଙ୍କ ପାଖରେ ରହୁଥିଲେ। ହର୍ଷଲ ପ୍ରଥମେ ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲେ ମଧ୍ୟ ବର୍ଷେ ପୂର୍ବରୁ ଚାକିରି ଛାଡ଼ି ଘରେ ବସିଥିଲେ। ଏହି ସମୟରେ ତାଙ୍କୁ ପବଜୀ ନିଶା ଧରିଥିଲା। ଦିନ ରାତି ଶୋଇ ରହି ସେ ପବଜୀ ଖେଳିବା ଆରମ୍ଭ କରିଥିଲେ। ଚାକିରି ନଥିବାରୁ ଅବସାଦଗ୍ରସ୍ତ ରହି ସେ ପବଜୀ ଖେଳିବା ଆରମ୍ଭ କରିଥିଲେ। ଖାଇବା-ପିଇବାରେ ମଧ୍ୟ ଠିକ୍‌ ଠିକଣା ରହୁ ନଥିବା ବେଳେ ହଠାତ୍ ଶନିବାର ସେ କୋମାକୁ ଚାଲି ଯାଇଥିଲେ।

Image result for death AI News

ତୁରନ୍ତ ତାଙ୍କୁ ଓଜାସ୍ ମଲଟି ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ସେଠାରେ ତାଙ୍କର ହୃଦଘାତ ହୋଇଥିଲା। ଏହା ପରେ ଡାକ୍ତର ବହୁ କଷ୍ଟରେ ତାଙ୍କୁ ବଞ୍ଚାଇବାରେ ସଫଳ ହୋଇଥିଲେ। କିନ୍ତୁ ବଞ୍ଚିବାର ଘଣ୍ଟାକ ପରେ ପୁଣି ଥରେ ହର୍ଷଲଙ୍କ ହୃଦଘାତ ହେବାରୁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe