Advertisment

2700 Tourists Rescued: ସିକିମରେ ପ୍ରବଳ ତୁଷାରପାତରେ ଫସିଥିବା ୨୭୦୦ ପର୍ଯ୍ୟଟକ ସୁରକ୍ଷିତ ଉଦ୍ଧାର

Advertisment

ସିକିମର ପୂର୍ବାଞ୍ଚଳରେ ତ୍ସୋମାଗୋ ହ୍ରଦକୁ ମଙ୍ଗଳବାର ବୁଲିବାକୁ ଆସିଥିବା ୨୭୦୦ରୁ ଅଧିକ ପର୍ଯ୍ୟଟକ ପ୍ରବଳ ତୁଷାରପାତ କାରଣରୁ ସେଠାରେ ଫସି ରହିଥିବା ବେଳେ ସମସ୍ତ ପର୍ଯ୍ୟଟକଙ୍କୁ ସ୍ଥାନୀୟ ପ୍ରଶାସନ ସୁରକ୍ଷିତ ଉଦ୍ଧାର କରିଛି। ୨୪କିଲୋମିଟର ପର୍ଯ୍ୟନ୍ତ ରାସ୍ତା ବନ୍ଦ ହୋଇଯାଇଥିଲା।

ସିକିମର ପୂର୍ବାଞ୍ଚଳରେ ତ୍ସୋମାଗୋ ହ୍ରଦକୁ ମଙ୍ଗଳବାର ବୁଲିବାକୁ ଆସିଥିବା ୨୭୦୦ରୁ ଅଧିକ ପର୍ଯ୍ୟଟକ ପ୍ରବଳ ତୁଷାରପାତ କାରଣରୁ ସେଠାରେ ଫସି ରହିଥିବା ବେଳେ ସମସ୍ତ ପର୍ଯ୍ୟଟକଙ୍କୁ ସ୍ଥାନୀୟ ପ୍ରଶାସନ ସୁରକ୍ଷିତ ଉଦ୍ଧାର କରିଛି। ୨୪କିଲୋମିଟର ପର୍ଯ୍ୟନ୍ତ ରାସ୍ତା ବନ୍ଦ ହୋଇଯାଇଥିଲା।

2700 Tourists Rescued

2700 Tourists Rescued

ଗ୍ୟାଙ୍ଗଟକ: ସିକିମର ପୂର୍ବାଞ୍ଚଳରେ ତ୍ସୋମାଗୋ ହ୍ରଦକୁ ମଙ୍ଗଳବାର ବୁଲିବାକୁ ଆସିଥିବା ୨୭୦୦ରୁ ଅଧିକ ପର୍ଯ୍ୟଟକ ପ୍ରବଳ ତୁଷାରପାତ କାରଣରୁ ସେଠାରେ ଫସି ରହିଥିବା ବେଳେ ସମସ୍ତ ପର୍ଯ୍ୟଟକଙ୍କୁ ସ୍ଥାନୀୟ ପ୍ରଶାସନ ସୁରକ୍ଷିତ ଉଦ୍ଧାର କରିଛି। ଶୋରାଥାଙ୍ଗ ଓ ଆଖପାଖ ଅଞ୍ଚଳର ଉଚ୍ଚ ସ୍ଥାନରେ ଭାରି ତୁଷାରପାତ କାରଣରୁ ପାଖାପାଖି ୨୪କିଲୋମିଟର ପର୍ଯ୍ୟନ୍ତ ରାସ୍ତା ବନ୍ଦ ହୋଇଯାଇଥିଲା। ପର୍ଯ୍ୟଟକଙ୍କ ୫୪୧ଟି ଯାନବାହାନ ଫସିରହିଥିଲା। ସେଠାରୁ ବାହାରିବାର କୌଣସି ଉପାୟ ନପାଇ ଫସିରହିଥିଲେ ପର୍ଯ୍ୟଟକ।

 ପର୍ଯ୍ୟଟକଙ୍କୁ କରାଯାଇଛି ସୁରକ୍ଷିତ ଉଦ୍ଧାର 

ପ୍ରଶାସନର କହିବା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତି ଯାଏଁ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଥିଲା, ଶେଷରେ ବୁଧବାର ସକାଳ ସୁଦ୍ଧା ଉଦ୍ଧାରକାରୀ ଦଳଙ୍କ ସହାୟତାରେ ରାସ୍ତା ଉପରୁ ବରଫ ସଫା କରି ୨୭୩୬ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଅନ୍ୟପଟେ, ପର୍ଯ୍ୟଟନ ବିଭାଗ ପର୍ଯ୍ୟଟକ ଓ ଟୁର୍ ଅପରେଟରମାନଙ୍କୁ ପରାମର୍ଶ ଦେଇଛି ଯେ ସେମାନେ ପାଣିପାଗ ସମ୍ପର୍କିତ ସତର୍କ ସୂଚନାକୁ କଡାକଡି ଭାବେ ମାନନ୍ତୁ ଏବଂ ତୁଷାରପାତ ସମୟରେ ଯାତ୍ରା କରୁଥିଲେ ଯାନ ବାହାନଗୁଡ଼ିକରେ ଯଥାଯଥ ଭାବେ ଉପକରଣ ଲଗାନ୍ତୁ। ଯେପରିକି ସ୍ନୋ ଚେନ୍ ଟାୟାରରେ ଲଗାଇବା ନିହାତି ଆବଶ୍ୟକ। ସ୍ନୋ ଚେନ୍ ବରଫ ଉପରେ ଗାଡ଼ିକୁ ଖସିବାରୁ ରୋକିଥାଏ ଓ ବରଫରେ ଟାୟାରକୁ ଧସିବାରୁ ରକ୍ଷା କରିଥାଏ। ତେଣୁ ଏହିସବୁ ଉପକରଣ ସାଙ୍ଗରେ ଆଣିବା ନିହାତି ଆବଶ୍ୟକ ବୋଲି ପର୍ଯ୍ୟଟନ ବିଭାଗ ପର୍ଯ୍ୟଟକଙ୍କୁ ପରାମର୍ଶ ଦେଇଛି।

ଆହୁରି ପଢନ୍ତୁ - Dead Body Headmaster Rescued ନିଖୋଜ ପ୍ରଧାନ ଶିକ୍ଷକଙ୍କ ଝୁଲନ୍ତା ଶବ ଉଦ୍ଧାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe