୨୭୦କେଜିର ରଡ୍ ନେଲା ଭାରତ୍ତୋଳନକାରୀଙ୍କ ଜୀବନ

ରାଜସ୍ଥାନର ବିକାନେର ଜିଲ୍ଲାରେ ଜଣେ କନିଷ୍ଠ ଜାତୀୟ କ୍ରୀଡା ସ୍ୱର୍ଣ୍ଣ ପଦକ ବିଜେତା ଭାରତ୍ତୋଳନକାରୀଙ୍କ ମୃତ୍ୟୁ ହୋଇଛି। ସେ ଅଭ୍ୟାସ କରୁଥିବା ବେ‌ଳେ ଏହି ଘଟଣା ଘଟିଛି।

yastika

ବିକାନେର: ରାଜସ୍ଥାନର ବିକାନେର ଜିଲ୍ଲାରେ ଜଣେ କନିଷ୍ଠ ଜାତୀୟ କ୍ରୀଡା ସ୍ୱର୍ଣ୍ଣ ପଦକ ବିଜେତା ଭାରତ୍ତୋଳନକାରୀଙ୍କ ମୃତ୍ୟୁ ହୋଇଛି। ସେ ଅଭ୍ୟାସ କରୁଥିବା ବେ‌ଳେ ଏହି ଘଟଣା ଘଟିଛି। ମଙ୍ଗଳବାର ଦିନ ଏହି ଘଟଣା ଘଟିଥିବା କହିଛି ପୁଲିସ। ମୃତକଙ୍କ ନାମ ହେଲା ୟସ୍ତିକା ଆଚାର୍ଯ୍ୟ (୧୭)।

ପୁଲିସ କହିଛି ଯେ, ଜୁନିଅର ନ୍ୟାସନାଲ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ପାୱାରଲିଫ୍ଟର ୟସ୍ତିକାଙ୍କ ମୃତ୍ୟୁ ହୋଇଛି। ଅଭ୍ୟାସ ସମୟରେ ତାଙ୍କ ବେକରେ ୨୭୦ କିଲୋଗ୍ରାମ ରଡ୍ ପଡ଼ିଯିବାରୁ ତାଙ୍କର ବେକ ଭାଙ୍ଗି ଯାଇଥିଲା। ଦୁର୍ଘଟଣା ପରେ ତୁରନ୍ତ ଆଚାର୍ଯ୍ୟଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

କୁହାଯାଉଛି ଯେ, ପ୍ରଶିକ୍ଷକ ଯେତେବେଳେ ଯସ୍ତିକାଙ୍କୁ ଜିମ୍‌ରେ ୨୭୦କେଜିର ରଡ୍ ଉଠାଇବାକୁ ସାହାଯ୍ୟ କରୁଥିଲେ ସେତେବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ପ୍ରଶିକ୍ଷକ ମଧ୍ୟ ସାମାନ୍ୟ ଆଘାତ ପାଇଥିଲେ। ତେବେ ପରିବାର ପକ୍ଷରୁ ଏ ଘଟଣାକୁ ନେଇ କୌଣସି ମାମଲା ରୁଜୁ କରାଯାଇନଥିଲା ବେଳେ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି।

ଘଟଣା ସମୟର ଏକ ଭିଡିଓ ମଧ୍ୟ ଏବେ ଭାଇରାଲ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe