Image Courtesy of NDTV
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ (ପିପିସି) ର ପ୍ରଥମ ୫ଟି ସଂସ୍କରଣ ପାଇଁ ୨୮ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହା ଜଣାପଡ଼ିଛି। କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣ ଦେବୀ ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି। ଗତ ଜାନୁଆରି ୨୭ ତାରିଖରେ ଦିଲ୍ଲୀରେ ପରୀକ୍ଷା ପେ ଚର୍ଚ୍ଚାର ଷଷ୍ଠ ସଂସ୍କରଣ ହୋଇଥିଲା। କିନ୍ତୁ ଷଷ୍ଠ ସଂସ୍କରଣ ଖର୍ଚ୍ଚ ସଂକ୍ରାନ୍ତରେ କିଛି ତଥ୍ୟ ଦିଆଯାଇନି। ୨୦୧୮ରେ ପିପିସିର ପ୍ରଥମ ସଂସ୍କରଣରେ ୩.୬୭ କୋଟି ଖର୍ଚ୍ଚ ହୋଇଥିଲା। ଏହାପରେ ୨୦୧୯ରେ ୪.୯୩ କୋଟି, ୨୦୨୦ରେ ୫.୬୯ କୋଟି , ୨୦୨୧ରେ ୬ କୋଟି ଏବଂ ୨୦୨୨ରେ ୮.୬୧ କୋଟି ଖର୍ଚ୍ଚ ହୋଇଥିଲା। କିନ୍ତୁ ଚଳିତ ବର୍ଷର ଖର୍ଚ୍ଚ ସଂକ୍ରାନ୍ତରେ କିଛି ତଥ୍ୟ ଦିଆଯାଇନି। ପରୀକ୍ଷା ପେ ଚର୍ଚ୍ଚା ହେଉଛି ଏକ ବାର୍ଷିକ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ମୋଦୀ ବୋର୍ଡ ପରୀକ୍ଷା ଦେଉଥିବା ପିଲାଙ୍କ ସହ କଥା ହୋଇଥାନ୍ତି। ପ୍ରଥମ ପିପିସି କାର୍ଯ୍ୟକ୍ରମରେ ରେକର୍ଡ ୩୮ ଲକ୍ଷ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2023/01/modi-3.jpg)