କୋଭିଡ୍‌-୧୯ ଟିକା ନେବା ପରେ ନରୱେରେ ୨୯ଜଣ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ

କୋଭିଡ୍‌-୧୯ ଟିକା ନେବା ପରେ ନରୱେରେ ୨୯ଜଣ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ

Image Courtesy of Hindustan Times

ନୂଆଦିଲ୍ଲୀ: ଶନିବାର ଦିନ ନରୱେରେ କୋଭିଡ୍‌-୧୯ ଟିକା ନେବା ପରେ ଲୁକ୍କାୟିତ ସ୍ୱାସ୍ଥ୍ୟ ସମସ୍ୟା ଥିବା ୭୫ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି ପାଇଥିବା କଥା ସେଠାକାର ସରକାର ସୁନିଶ୍ଚିତ କରିଛନ୍ତି। ଗତ ଡିସେମ୍ବର ୨୭ ତାରିଖରୁ ଆରମ୍ଭ ଏହି ସ୍କାନ୍‌ଡିଭିଆନ୍‌ ଦେଶରେ ହୋଇଥିବା ଟିକାକରଣ ଅଭିଯାନରେ ୪୨୦୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ପ୍ରଥମ ଡୋଜ୍‌ ଟିକା ଦିଆସରିଲାଣି।

୮୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ଟିକା ନେଲେ ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା। କିନ୍ତୁ, ଶନିବାର ଦିନ ଆଉ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ପରେ ୭୫ ବର୍ଷିୟ ବ୍ୟକ୍ତିମାନେ ମଧ୍ୟ ‘ବିପଦ ଜୋନ୍‌’ ପରିସରଭୁକ୍ତ ବୋଲି ଜଣାପଡ଼ିଛି।
ନର୍‌େଓ୍ଵଜିଆନ୍‌ ମେଡିସିନ୍‌ସ୍‌ ଏଜେନ୍‌ସି କହିବା ଅନୁସାରେ, କେବଳ ‘ଫାଇଜର୍‌’ ଏବଂ ‘ବାୟୋଏନ୍‌ଟେକ୍‌’ ପ୍ରସ୍ତୁତ ଟିକା ହିଁ ନର୍‌େଓ୍ଵରେ ଉପଲବ୍ଧ ହେଉଛି ଏବଂ ସମସ୍ତ ମୃତ୍ୟୁ ଘଟଣା ଏହି ଟିକା ସହ ଜଡ଼ିତ।

publive-image Image Courtesy of The Times of India

ତେଣୁ, ଅତି ବୟସ୍କ ବ୍ୟକ୍ତିମାନଙ୍କୁ ଫାଇଜର୍‌ ନିର୍ମିତ ଟିକା ଦେବା ନରୱେ ପାଇଁ ଚିନ୍ତାର କାରଣ ହୋଇଛି। ଏହି ଟିକା ନେବା ପରେ ପ୍ରଥମେ ୧୩ଜଣଙ୍କର ମୃତ୍ୟୁ ଘଟିଥିଲା। ପରେ ଆହୁରି ୧୬ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଏଜେନ୍‌ସି କହିଛି।

ଫାଇଜର୍‌ କୋଭିଡ୍‌-୧୯ ଟିକା ନେବା ପରେ ଦେହ ଚୋଇବା, ବାନ୍ତି ଉଠାଇବା ଏବଂ ଜ୍ୱର ଆସିବା ଭଳି ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବା ବ୍ୟତୀତ ଲୁକ୍କାୟିତ ଅବସ୍ଥାରେ ଥିବା ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଲୋକେ ମୃତ୍ୟୁମୁଖରେ ପଡୁଥିବା ଅନୁମାନ କରାଯାଉଛି।

ଏ ସଂକ୍ରାନ୍ତରେ ଫାଇଜର୍‌ କହିଛି ଯେ, ‘ବାୟୋଏନ୍‌ଟେକ୍‌’ ସହ ମିଳିତ ଭାବେ ମୃତ୍ୟୁ ଘଟଣାର ତଦନ୍ତ କରାଯାଉଛି। କିନ୍ତୁ, ଏହି ମୃତ୍ୟୁସଂଖ୍ୟା ଆତଙ୍କଜନକ ନୁହେଁ। କିନ୍ତୁ, ଯୁବକ ଓ ସ୍ୱାସ୍ଥ୍ୟବାନ୍‌ ଲୋକେ ଏହି ଟିକା ନେବେ ନାହିଁ ବୋଲି ନରୱେ କହିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe