ଥମୁନି ହିଂସା: ବାଂଲାଦେଶରେ ପ୍ରତିଶୋଧର ନିଆଁରେ ଜଳିଲା ୨୦ଟି ହିନ୍ଦୁ ଘର

Advertisment
ଥମୁନି ହିଂସା: ବାଂଲାଦେଶରେ ପ୍ରତିଶୋଧର ନିଆଁରେ ଜଳିଲା ୨୦ଟି ହିନ୍ଦୁ ଘର

www.ndtv.com

ନୂଆଦିଲ୍ଲୀ: ବାଂଲାଦେଶରେ ସାମ୍ପ୍ରଦାୟିକ ହିଂସା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଅକ୍ଟୋବର ୧୩ରେ ଦୁର୍ଗା ପୂଜା ଚାଲୁଥିବାବେଳେ ବାଂଲାଦେଶରେ ସାଂପ୍ରଦାୟିକ ଉତ୍ତେଜନା ଦେଖାଦେଇଥିଲା। ଏକ ଫେସବୁକ ପୋଷ୍ଟକୁ ନେଇ କିଛି ଲୋକ ଦୁର୍ଗାପୂଜା ମଣ୍ଡପ ଓ କେତେକ ମନ୍ଦିର ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ବି ବାଂଲାଦେଶରେ ସାମ୍ପ୍ରଦାୟିକ ହିଂସା ଜାରି ରହିଛି। ବାଂଲାଦେଶରେ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଉଥିବା ବେଳେ ଏବେ ୨୦ଟି ହିନ୍ଦୁମାନଙ୍କ ଘର ପୋଡ଼ି ଦିଆଯାଇଥିବା ଜଣାପଡ଼ିଛି। ଏହା ସହ ୬୬ଜଣଙ୍କର ଘର ଭାଙ୍ଗିଦିଆଯାଇଛି।

ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ଯେ, ୧୫ଜଣଙ୍କର ୨୦ଟି ଆବାସିକ ଘରେ ନିଆଁ ଲଗାଇଦିଆଯାଇଛି। ତେବେ ଏପର୍ଯ୍ୟନ୍ତ ଘର ପୋଡ଼ି ଘଟଣାରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ।

publive-image Image Courtesy of The Business Standard

ଉଲ୍ଲେଖଯୋଗ୍ୟ, ଢାକାଠାରୁ ୧୦୦ କିଲୋମିଟର ଦୂର କମିଲାଠାରେ ଥିବା ମନ୍ଦିରରେ ଏକ ସଂପ୍ରଦାୟର ଧର୍ମଗ୍ରନ୍ଥର ଅପମାନ କରାଯାଇଥିବା ନେଇ ଫୟାଜ ଉଦ୍ଦିନ ନାମକ ଜଣେ ବ୍ୟକ୍ତି ଫେସବୁକରେ ପୋଷ୍ଟ କରିଥିଲେ । ଏହାକୁ ନେଇ ଅକ୍ଟୋବର ୧୩ରେ ଦୁର୍ଗା ପୂଜା ଚାଲୁଥିବାବେଳେ ଉତ୍ତେଜନା ଦେଖାଦେଇଥିଲା ଓ ପରେ ତାହା ହିଂସାର ରୂପ ନେଇଥିଲା । ଏହି ହିଂସା ଘଟଣାରେ ଏକାଧିକ ଲୋକ ମୃତ୍ୟୁବରଣ କରିବା ସହ ଅନେକ ଲୋକ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe