ଏମ୍‌ବିଏ ଛାତ୍ର ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ରେ ଯୋଗଦେଲେ; ଆସଲ୍ଟ ରାଇଫଲ ଧରି ଉଠାଇଥିବା ଫଟୋ ପୁଲିସ୍‌ ନିକଟକୁ ପଠାଇଲେ

ଏମ୍‌ବିଏ ଛାତ୍ର  ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ରେ ଯୋଗଦେଲେ; ଆସଲ୍ଟ ରାଇଫଲ ଧରି ଉଠାଇଥିବା ଫଟୋ ପୁଲିସ୍‌ ନିକଟକୁ ପଠାଇଲେ

ଦୋଦା (ଜମ୍ମୁ- କଶ୍ମୀର): ଏମ୍‌ବିଏରେ ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିବା ୨୯ ବର୍ଷ ବୟସ୍କ ଜମ୍ମୁ- କଶ୍ମୀରର ଜନୈକ ଯୁବକ କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ରେ ଯୋଗ ଦେବା ଘଟଣାକୁ କେନ୍ଦ୍ରକରି ଏବେ ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ହୋଇଛି। ଜମ୍ମୁ- କଶ୍ମୀର ପୁଲିସ୍‌ ପ୍ରଶାସନ ପକ୍ଷରୁ ଏହି ଘଟଣାକୁ ସ୍ୱୀକାର କରାଯିବା ସହ ସଂପୃକ୍ତ ଯୁବକ ଜଣକ ଆତଙ୍କବାଦୀଙ୍କ ଗହଣରେ ହାତରେ ଏକ ଆସଲ୍ଟ ରାଇଫଲ ଧରି ଉଠାଇଥିବା ଏକ ଫଟୋକୁ ଜମ୍ମୁ- କଶ୍ମୀରର ବିଭିନ୍ନ ପ୍ରମୁଖ ସ୍ଥାନମାନଙ୍କରେ ପୁଲିସ୍‌ ପ୍ରଶାସନ ପକ୍ଷରୁ ଲଗା ଯାଇଛି।

ପୁଲିସ୍‌ ଡିଆଇଜି ରଫିକ୍‌ ଉଲ୍‌ ହାସନ୍‌ କାଦ୍‌ରୀ, ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛନ୍ତି ଯେ ଦୋଦା ଜିଲ୍ଲା ଅନ୍ତର୍ଗତ ଘାଟ ଅଞ୍ଚଳର ହାରୁନ୍‌ ଆବାସ୍‌ ଓ୍ଵାନୀ ଗତ ଦୁଇଦିନ ତଳେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ରେ ଯୋଗ ଦେଇଛନ୍ତି। ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ରେ ଯୋଗଦେବା ପରେ ତାଙ୍କ ନାମକୁ ପରିବର୍ତ୍ତନ କରାଯାଇ ମୋଇନ୍‌ ଉଲ୍‌ ଇସ୍‌ଲାମ୍‌ ରଖାଯାଇଛି।

‘ଏହା ସମସ୍ତଙ୍କ ପାଇଁ ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ସେ ଗୋଟିଏ ଅତ୍ୟନ୍ତ ଉଚ୍ଚ ଶିକ୍ଷିତ ପରିବାରର ଜଣେ ଅତ୍ୟନ୍ତ ମେଧାବୀ ଛାତ୍ର। ଶ୍ରୀ ମାତା ବୈଷ୍ଣୋ ଦେବୀ ବିଶ୍ୱବିଦ୍ୟାଳୟରୁ ସେ ପ୍ରଥମ ଶ୍ରେଣୀରେ ଏମ୍‌ବିଏ ଡିଗ୍ରି ହାସଲ କରିଛନ୍ତି। ସେମାନେ ଚାରି ଭାଇ ଓ ତିନି ଭଉଣୀ। ସମସ୍ତେ ବେଶ ଉଚ୍ଚ ଶିକ୍ଷିତ। ତାଙ୍କ ବାପା ଗୁଲାମ୍‌ ଆବାସ୍‌ ଓ୍ଵାନୀ ଜମ୍ମୁ- କଶ୍ମୀର ରାଜ୍ୟ ସରକାରଙ୍କ ଅଧୀନରେ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଜଣେ ଯନ୍ତ୍ରୀ ଭାବେ କାର୍ଯ୍ୟରତ’ ବୋଲି କହିଛନ୍ତି ଡିଆଇଜି ରଫିକ୍‌ ଉଲ୍‌ ହାସନ୍‌ କଦ୍‌ରୀ।

publive-image

ଗତ କିଛି ଦିନ ତଳେ ହାରୁନ୍‌ ଜମ୍ମୁର ଭଟିଣ୍ଡି ଅଞ୍ଚଳରୁ ଅତ୍ୟନ୍ତ ରହସ୍ୟ ଜନକ ଭାବେ ନିଖୋଜ ହୋଇ ଯାଇଥିଲେ। ଏବେ ସେ ହିଜ୍‌ବୁଲ୍‌ ଆତଙ୍କବାଦୀଙ୍କ ଗହଣରେ ହାତରେ ଏକ ଆସଲ୍ଟ ରାଇଫଲ ଧରି ଉଠାଇଥିବା ଏକ ଫଟୋକୁ ଜମ୍ମୁ- କଶ୍ମୀରର ପୁଲିସ୍‌ ପ୍ରଶାସନ ନିକଟକୁ ପଠାଇବା ସହ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ରେ ଯୋଗ ଦେଇଥିବା ସ୍ୱୀକାର କରିଛନ୍ତି। ହାରୁନ୍‌ଙ୍କ ଏ ପ୍ରକାରର କାର୍ଯ୍ୟରେ ବ୍ୟତିବ୍ୟସ୍ତ ହୋଇ ତାଙ୍କ ଦାଦା ଫାରୁକ୍‌ ଓ୍ଵାନୀ, ଆତଙ୍କବାଦୀ ସଂଗଠନକୁ ଛାଡ଼ି ଆଉଥରେ ଘରକୁ ଫେରି ଆସିବାକୁ ତାଙ୍କୁ ଆକୁଳ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe