ଭୁବନେଶ୍ୱର ଏମ୍‌ସରେ ୨୯୫ ଅକ୍ସିଜେନ୍ ଶଯ୍ୟା

Advertisment
ଏମ୍ସ ଠିକା ଶ୍ରମିକଙ୍କ ବେତନରୁ କଟୁଛି ୭୫୦ ଟଙ୍କା, କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

Justdial

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ଦେଶରେ ପ୍ରତିଷ୍ଠା କରାଯାଇଥିବା ୨୨ଟି ଏମ୍‌ସ ମଧ୍ୟରୁ ଭୁବନେଶ୍ୱର ସମେତ ୧୨ଟି ଏମ୍‌ସରେ କୋଭିଡ୍ ପାଇଁ ସମର୍ପିତ ଯଥେଷ୍ଟ ଶଯ୍ୟା ଉପଲବ୍ଧ ହେଉଥିବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ୧୨ଟି ଏମ୍‌ସରେ ଉପଲବ୍ଧ ମୋଟ ୧୯୨୫ଟି ଅକ୍ସିଜେନ୍ ଶଯ୍ୟାରୁ ଭୁବନେଶ୍ୱର ଏମ୍‌ସରେ ରହିଛି ୨୯୫ଟି। ସେଭିଭଳି ୧୨ଟି ଏମ୍‌ସରେ ଉପଲବ୍ଧ ୯୦୮ଟି ଭେନ୍‌ଟିଲେଟର ଯୁକ୍ତ ଆଇସିୟୁ ଶଯ୍ୟାରୁ ଭୁବନେଶ୍ୱର ଏମ୍‌ସରେ ରହିଛି ୬୨ଟି। ଓଡ଼ିଶା ସମେତ ୧୨ଟି ଏମ୍‌ସରେ ପର୍ଯ୍ୟାପ୍ତ ଶଯ୍ୟା ଉପଲବ୍ଧ ଥିବା ସହ କୋଭିଡ୍ ଚିକିତ୍ସା ପାଇଁ ଆବଶ୍ୟକ ଯଥେଷ୍ଟ ଭେନ୍‌ଟିଲେଟର, ଅକ୍ସିଜେନ୍ କନ୍‌ସେଣ୍ଟ୍ରେଟର୍‌, ଅକ୍ସିଜେନ୍ ସିଲିଣ୍ଡର ଆଦି ଯୋଗାଇ ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe