A Malayan tiger named "Kathy" is seen at the National Zoo in Kuala Lumpur December 17, 2009. Malaysian government launched a "Tiger Action Plan" to protect against wild tigers in the region, where the species was reported a drastic drop in population from at least 3,000 to around 500 over past 50 years. The initiative of the plan was to increase the amount of wild tiger to 1,000 by 2020. REUTERS/Bazuki Muhammad (MALAYSIA - Tags: ANIMALS ENVIRONMENT SOCIETY) - GM1E5CH179401
ନୂଆଦିଲ୍ଲୀ: ଆଜି ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗଠାରେ ସର୍ବଭାରତୀୟ ବାଘ ଗଣନା-୨୦୧୮ର ଚତୁର୍ଥ ଚକ୍ର ଫଳାଫଳ ଉନ୍ମୋଚନ କରିଛନ୍ତି। ଏହି ରିପୋର୍ଟ ଅନୁଯାୟୀ ୨୦୧୮ରେ ଭାରତରେ ବାଘ ସଂଖ୍ୟା ବୃଦ୍ଧି ପାଇ ୨୯୬୭ରେ ପହଁଚିଛି। ଏହି ଅବସରରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ଏହାକୁ ଭାରତର ଏକ ଐତିହାସିକ ମୁହୂର୍ତ ଭାବେ ଅଭିହିତ କରିଥିଲେ ଏବଂ ବ୍ୟାଘ୍ର ସଂରକ୍ଷଣ ନିମନ୍ତେ ଭାରତର ସଂକଳ୍ପବଦ୍ଧତାକୁ ଦୋହରାଇଥିଲେ। ଏହାକୁ ହାସଲ କରିବା ନେଇ ବିଭିନ୍ନ ଅଂଶୀଦାରମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ସଂକଳ୍ପରୁ ସିଦ୍ଧିର ଏହା ଏକ ପ୍ରକୃଷ୍ଟ ଉଦାହରଣ । ଭାରତର ଜନସାଧାରଣ ଯଦି କିଛି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରନ୍ତି ତେବେ ଉପଯୁକ୍ତ ଫଳାଫଳ ପାଇବା ନେଇ ସେମାନଙ୍କୁ କୌଣସି ଶକ୍ତି ଅଟକାଇ ପାରିବେ ନାହିଁ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାୟ ୩୦୦୦ ବାଘଙ୍କ ସହିତ, ଭାରତ ଏବେ ସେମାନଙ୍କ ପାଇଁ ସର୍ବବୃହତ୍ ଓ ସର୍ବାଧିକ ସୁରକ୍ଷିତ ବାସସ୍ଥଳୀ ପାଲଟିଛି। ସେ ଆତ୍ମବିଶ୍ୱାସ ପ୍ରକଟ କରି କହିଥିଲେ ଯେ ଭାରତ ଉଭୟ ଆର୍ଥିକ ଓ ପରିବେଶ ଦୃଷ୍ଟିରୁ ସମୃଦ୍ଧ ହେବ। ଗତ ୫ ବର୍ଷ ମଧ୍ୟରେ ଆଗାମୀ ପିଢ଼ି ପାଇଁ ଭିତ୍ତିଭୂମି ନିର୍ମାଣ ଦ୍ରୁତ ଗତିରେ ହୋଇଥିବା ବେଳେ ଦେଶରେ ଜଙ୍ଗଲର ଘନତ୍ୱ ମଧ୍ୟ ବୃଦ୍ଧି ପାଇଛି । ବାଘ ଗଣନା ପାଇଁ ଦେଶରେ ୩.୮୧ ଲକ୍ଷ ବର୍ଗ କିମି ଜଙ୍ଗଲରେ ସର୍ଭେ ହୋଇଥିଲା। ଦେଶର ୧୪୧ଟି ସ୍ଥାନରେ ୨୬,୮୩୮ଟି କ୍ୟାମେରା ଖଞ୍ଜା ଯାଇଥିଲା। ଏଥିସହିତ ଅନ୍ୟାନ୍ୟ ଅତ୍ୟାଧୁନିକ ପଦ୍ଧତି ଅବଲମ୍ବନ କରାଯାଇଥିଲା।
୪ ବର୍ଷ ପୂର୍ବରୁ ବାଘଙ୍କ ସଂଖ୍ୟା ଦୁଇଗୁଣ
ନୂଆଦିଲ୍ଲୀ: ଦେଶରେ ବାଘଙ୍କ ସଂଖ୍ୟା ପ୍ରାୟ ୩ ହଜାର (୨୯୬୭)ରେ ପହଞ୍ଚିଛି। ୨୦୧୮ ବାଘ ଗଣନା ରିପୋର୍ଟରୁ ଏହି ତଥ୍ୟ ପଦାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବ ଭାରତୀୟ ବାଘ ଗଣନା ରିପୋର୍ଟ ୨୦୧୮କୁ ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉନ୍ମୋଚନ କରିଛନ୍ତି। ବିଶ୍ବ ବାଘ ଦିବସ ଅବସରରେ ଏହି ରିପୋର୍ଟକୁ ପ୍ରକାଶ କରି ଭାରତ ପକ୍ଷରୁ ବାଘ ସଂଖ୍ୟା ବୃଦ୍ଧି ପାଇଁ ନିଆଯାଇଥିବା ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେଣ୍ଟ୍ ପିଟର୍ସବର୍ଗଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଷ୍ପତ୍ତି ନିଆଯାଇଥିଲା ଯେ ବିଶ୍ବରରେ ବାଘଙ୍କ ସଂଖ୍ୟା ୨୦୨୨ ସୁଦ୍ଧା ଦୁଇ ଗୁଣ କରାଯିବ। ତେବେ ଏହାର ୪ ବର୍ଷ ପୂର୍ବରୁ ଭାରତ ଏହି ସଫଳତା ହାସଲ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବାଘଙ୍କୁ ସୁରକ୍ଷା ଦେବା ସହିତ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ସମସ୍ତ ପ୍ରକାର ସମ୍ଭାବ୍ୟ ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
Follow Us