ଦୁଇ ଫୁଟିଆ ବରକୁ ୨ ଫୁଟ୍‌ ୧ ଇଞ୍ଚ୍‌ ବଡ଼ କନ୍ୟା

Advertisment
ଦୁଇ ଫୁଟିଆ ବରକୁ ୨ ଫୁଟ୍‌ ୧ ଇଞ୍ଚ୍‌ ବଡ଼ କନ୍ୟା

ମିରଟ: ଗତ ସପ୍ତାହରେ ଶାମଲି ଗାଁରେ ଏକ ବାମନ ବରକନ୍ୟାଙ୍କ ବାହାଘର ଦେଖିବାକୁ ଲୋକେ ଧାଡ଼ିବାନ୍ଧି ଆସିଥିଲେ। ଘଟନାଟି ଏମିତି:
୨୪ ବର୍ଷୀୟ ଦୁଇ ଫୁଟ୍‌ ଉଚ୍ଚ ଅବ୍‌ଦୁଲ୍‌ କଲାମଙ୍କ ପାଇଁ ଉପଯୁକ୍ତ ପାତ୍ରୀଟିଏ ଯୋଗାଡ଼ କରିବା ଥିଲା କାଠିକର ପାଠ। ବହୁ ଖୋଜାଖୋଜି କରିବା ପରେ ତାଙ୍କ ପରିବାର ଲୋକେ ତରାନ୍ନୁମ୍‌ ନାମ୍ନା ପାତ୍ରୀଟିଏ ଯୋଗାଡ଼ କଲେ। ତାଙ୍କ ଘର ମୁଜାଫର ନଗରର ବୁଦ୍ଧନା ସହର ଅନ୍ତର୍ଗତ ନାଙ୍ଗଲା ଗାଁ’ରେ। କଲାମ୍‌ଙ୍କ ଗାଁ ମୁଜାଫର ନଗରରର ଚୈତେଲା ଗାଁ’ରେ। ମୁସଲମାନ ପ୍ରଥାନୁସାରେ ଶାମଲିର ଆମ୍ଭେତା ଗ୍ରାମରେ ବାହା ହୋଇଛନ୍ତି।
ଯେଉଁ ଦିନ କଲାମ ଓ ତରାନ୍ନୁମ୍‌ ଭେଟାଭେଟି ହେଲେ ସେହି ଦିନ ହିଁ ଜାଣିଲେ ସେମାନେ ପରସ୍ପର ସକାଶ ଜନ୍ମ ହୋଇଛନ୍ତି। କଲାମ୍‌ଙ୍କ ଠାରୁ ସେ ତିନି ବର୍ଷ ବଡ଼ ଓ ଏକ ଇଞ୍ଚ ଉଚ୍ଚ।

କଲାମ୍‌ଙ୍କ ବିଷୟରେ କେମିତି ଜାଣିଲେ ସେ କଥା ବଖାଣି ତରାନ୍ନୁମ୍‌ର ମାମୁ ୟାସୀନ୍‌ କହନ୍ତି: ବହୁ ବର୍ଷ ତଳେ ଭିଣୋଇଙ୍କ ମୃତ୍ୟୁ ହେବା ପରେ ମୋ ଭଉଣୀ ଜରୀଫେ ଏବଂ ତା’ ଝିଅ ତରାନ୍ନୁମ୍‌ ମୋ ଘରେ ରହୁଛନ୍ତି। ଅବ୍ଦୁଲ୍‌ କଲାମ୍‌ଙ୍କ ପିତାମାତା ମୋର ବନ୍ଧୁ। ଦିନେ ସେମାନେ ମୋ ଘରକୁ ଆସିଥିବା ବେଳେ ତରାନ୍ନୁମ୍‌କୁ ଦେଖିଲେ। ସେତିକି ବେଳେ ହିଁ ତାଙ୍କ ବାପା ମତେ କହିଲେ କି, ତରାନ୍ନୁମ୍‌ ପରି ତାଙ୍କ ପୁଅର ଉଚ୍ଚତା ମଧ୍ୟ ଛୋଟ। ସେ ଦିନ ଆମେ ଭାବିଲୁ ଈଶ୍ୱର ଦୁହିଁଙ୍କ ଯୋଡ଼ି କରିଛନ୍ତି ଓ ଉଭୟ ବାହାହେବା ଉଚିତ।

କଲାମ କହନ୍ତି: ଖର୍ବକାୟ ହୋଇଥିବାରୁ କିଛି କାମଧନ୍ଦା କି, ଚାକିରି ମିଳୁ ନାହିଁ। ପଇସା ଲାଗି ଆମେ ପରିବାର ଉପରେ ନିର୍ଭର କରୁଛୁ। ଆମେ ସରକାରଙ୍କୁ ଅନୁରୋଧ କରୁଛୁ ଆମକୁ ଉପାର୍ଜନକ୍ଷମ କରାଇବାକୁ ଉପାୟ କରନ୍ତି କିଂବା ଆମ ପରିବାର ଚଳାଇବାକୁ କିଛି ଆର୍ଥିକ ବ୍ୟବସ୍ଥା କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe