ଭାରତରେ ଏଚ୍‌୯ଏନ୍‌୨ ବାର୍ଡଫ୍ଲୁର ୨ୟ ମାନବ ମାମଲା ଚିହ୍ନଟ

Advertisment
ବଣାଇରେ ପକ୍ଷୀ ମଡ଼କ, ବାର୍ଡଫ୍ଲୁ ଆଶଙ୍କା

The Poultry Site

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଜଣେ ୪ ବର୍ଷର ଶିଶୁ ଏଚ୍୯ଏନ୍୨ ବାର୍ଡଫ୍ଲୁ ଭୂତାଣୁରେ ଆକ୍ରାନ୍ତ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ନିଶ୍ଚିତ କରିଛି। ଗତ ଫେବ୍ରୁଆରି ମାସରେ ଶିଶୁଟି ଗୁରୁତର ଶ୍ୱାସ ସମସ୍ୟା, ପ୍ରବଳ ଜ୍ୱର ଓ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାକୁ ସ୍ଥାନୀୟ ଡାକ୍ତରଖାନାର ପେଡିଆଟ୍ରିକ୍ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ରୋଗ ନିର୍ଣ୍ଣୟ ଓ ଚିକିତ୍ସା ପରେ ଶିଶୁଟିକୁ ତିନି ମାସ ପରେ ଛାଡ଼ି ଦିଆଯାଇଥିଲା।

ହୁ ରିପୋର୍ଟ କରିଛି ଯେ ଶିଶୁଟି ଘରେ ଓ ଆଖପାଖ ଅଞ୍ଚଳରେ କୁକୁଡ଼ା ସଂସ୍ପର୍ଶରେ ଆସିଥିଲା। ୨୦୧୯ରେ ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ଭାରତରେ ବାର୍ଡ ଫ୍ଲୁର ଏଚ୍‌୯ଏନ୍‌୨ ଷ୍ଟ୍ରେନ୍ ଦ୍ୱାରା ମାନବ ସଂକ୍ରମଣର ଏହା ଦ୍ବିତୀୟ ଘଟଣା। ଏଚ୍‌୯ଏନ୍‌୨ ସାଧାରଣତଃ ସାମାନ୍ୟ ଅସୁସ୍ଥତା ସୃଷ୍ଟି କରୁଥିବା ବେଳେ ବିଭିନ୍ନ ଅଞ୍ଚଳରେ କୁକୁଡ଼ାମାନଙ୍କଠାରେ ଏହି ଭୂତାଣୁର ପ୍ରକୋପକୁ ଦୃଷ୍ଟିରେ ରଖି ବିକ୍ଷିପ୍ତ ମାନବ ସଂକ୍ରମଣ ହୋଇପାରେ ବୋଲି ହୁ ଚେତାବନୀ ଦେଇଛି। ଏଚ୍‌୯ଏନ୍‌୨ ଷ୍ଟ୍ରେନ୍ ହେଉଛି ଏଭିଆନ୍ ଇନ୍‌ଫ୍ଲୁଏଞ୍ଜା ଭୂତାଣୁର ଏକ ଉପପ୍ରଜାତି। ନଏଡାର ମେଟ୍ରୋ ହସ୍ପିଟାଲର ଇଣ୍ଟରନାଲ ମେଡିସିନର ବରିଷ୍ଠ ପରାମର୍ଶଦାତା ଡାକ୍ତର ସାଇବାଲ ଚକ୍ରବର୍ତ୍ତୀ କହିଛନ୍ତି, ଏହା ମୁଖ୍ୟତଃ ପକ୍ଷୀମାନଙ୍କୁ ସଂକ୍ରମିତ କରୁଥିବା ବେଳେ ପିଲାଙ୍କ ସମେତ ମଣିଷକୁ ବି ବେଳେବେଳେ ସଂକ୍ରମିତ କରିପାରେ।

ସଂକ୍ରମିତ ପକ୍ଷୀଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିବା କିମ୍ବା ଦୂଷିତ ପରିବେଶ ସହିତ ପରୋକ୍ଷ ଯୋଗାଯୋଗ ହେଉଛି ଭୂତାଣୁ ବ୍ୟାପିବାର ଦୁଇଟି ଉପାୟ। ସଂକ୍ରମିତ ବ୍ୟକ୍ତିଙ୍କ ଠାରେ ଜ୍ୱର, କାଶ, ମାଂସପେଶୀ ଯନ୍ତ୍ରଣା ସହ କେତେକ କ୍ଷେତ୍ରରେ ଶ୍ୱାସକଷ୍ଟ ଓ ନିମୋନିଆ ଭଳି ଲକ୍ଷଣ ବି ଦେଖାଯାଇଥାଏ। ବିଶେଷକରି ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି କିମ୍ବା ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତିଙ୍କଠାରେ ଏହା ବେଳେବେଳେ ଅଧିକ ଗମ୍ଭୀର ରୋଗର କାରଣ ହୋଇପାରେ। ଏଚ୍୫ଏନ୍୧ ଓ ଏଚ୍୭ଏନ୍୯ ଭଳି ଏଭିଆନ୍ ଇନ୍‌ଫ୍ଲୁଏଞ୍ଜାର ଅନ୍ୟ ଷ୍ଟ୍ରେନ୍ ତୁଳନାରେ ଏଚ୍୯ଏନ୍୨ ସାଧାରଣତଃ କମ୍ ସଂକ୍ରାମକ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe