ସେନାର ଆଧୁନିକୀକରଣ ପାଇଁ ବଡ଼ ଯୋଜନା ନାହିଁ, ପ୍ରତିରକ୍ଷାକୁ ମିଳିଲା ୩.୩୭ ଲକ୍ଷ କୋଟି

ସେନାର ଆଧୁନିକୀକରଣ ପାଇଁ ବଡ଼ ଯୋଜନା ନାହିଁ, ପ୍ରତିରକ୍ଷାକୁ ମିଳିଲା ୩.୩୭ ଲକ୍ଷ କୋଟି

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏଥର ପ୍ରତିରକ୍ଷା ବଜେଟ୍‌ରେ ବିଶେଷ ବୃଦ୍ଧି କରିନାହାନ୍ତି। ଗତ ଆର୍ଥିକ ବର୍ଷରେ ପ୍ରତିରକ୍ଷା କ୍ଷେତ୍ରରେ ୩.୧୮ ଲକ୍ଷ କୋଟି ବଜେଟ୍‌ ବ୍ୟୟବରାଦ କରାଯାଇଥିବା ବେଳେ ୨୦୨୦-୨୧ ବର୍ଷରେ ୩.୩୭ ଲକ୍ଷ କୋଟି ବ୍ୟୟବରାଦ କରାଯାଇଛି। ତେବେ ପ୍ରତିରକ୍ଷା ବଜେଟ୍‌ରେ ଯେଉଁ ସୀମିତ ବୃଦ୍ଧି ହୋଇଛି ସେଥିରେ ସେନାବାହିନୀର ଆଧୁନିକୀକରଣ ପାଇଁ କୌଣସି ବଡ଼ ଘୋଷଣା ନାହିଁ। ଗୁରୁତ୍ବପୂର୍ଣ୍ଣ ଅପରେସନ୍‌ ପାଇଁ ସେନାକୁ ବିଭିନ୍ନ ଅତ୍ୟାଧୁନିକ ହେଲିକପ୍ଟର, ତୋପ , ବିମାନ ଏବଂ ବୁଡ଼ାଜାହାଜର ଆବଶ୍ୟକ ଥିବାବେଳେ ପ୍ରତିରକ୍ଷା ବଜେଟ୍‌କୁ ଏତେ ସୀମିତ କରାଯିବା ଦ୍ବାରା ସେନାର ଆବଶ୍ୟକତାକୁ ଏହା ପୂରଣ କରିପାରିବ ନାହିଁ ବୋଲି କୁହାଯାଉଛି। ଏଥର ପେନ୍‌ସନ ବଜେଟ୍‌ ୧.୩୩ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ଗତ ବର୍ଷ ଏହା ୧.୧୭ ଲକ୍ଷ କୋଟି ରହିଥିଲା। ବଡ଼ ଯୁଦ୍ଧାସ୍ତ୍ର ଏବଂ ଆଧୁନିକୀକରଣ ପାଇଁ ଏଥର ୧,୧୦, ୭୩୪ କୋଟି ଟଙ୍କା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe