ନ୍ୟୁୟର୍କ : ଆମେରିକାର ମହାକାଶ ଏଜେନ୍ସି ନାସା ପକ୍ଷରୁ ପୃଥିବୀ ପାଇଁ ଏକ ସତର୍କ ସୂଚନା ଜାରି କରାଯାଇଛି। ନାସା କହିଛି ଯେ ୩ଟି ଗ୍ରହାଣୁ ପୃଥିବୀ ଆଡକୁ ଦ୍ରୁତ ଗତିରେ ଗତି କରୁଛି । ସବୁଠାରୁ ବଡ଼ କଥା ହେଉଛି, ଆଜି ରାତିରେ ସେଗୁଡ଼ିକ ପୃଥିବୀ ନିକଟଦେଇ ଯିବେ। ନାସାର ଜେଟ୍ ପ୍ରୋପଲ୍ସନ୍ ଲାବୋରେଟୋରି (ଜେପିଏଲ୍) ଅନୁଯାୟୀ, ୨୦୨୪ ଓଏଫ୍ ୨ ଗ୍ରହାଣୁ ପୃଥିବୀର ଅତି ନିକଟଦେଇ ଯାଇପାରେ।
ପୃଥିବୀଠାରୁ ଏଗୁଡ଼ିକର ଦୂରତା ପ୍ରାୟ ୩୮ ଲକ୍ଷ କିଲୋମିଟର ହୋଇପାରେ । ଏହାବ୍ୟତୀତ ଆପୋଲୋ ଗ୍ରୁପର ଏହି ବଡ଼ ଗ୍ରହାଣୁ ଘଣ୍ଟାପ୍ରତି ୪୩,୬୮୬ କିଲୋମିଟର ବେଗରେ ପୃଥିବୀ ଆଡ଼କୁ ଗତି କରୁଛି ବୋଲି ନାସା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ନାସା ଅନୁଯାୟୀ, ୨୦୨୪ ଓଏଫ୨ ନାମକ ଏହି ଗ୍ରହାଣୁଟି ପ୍ରାୟ ୨୪୨ ଫୁଟ ଚଉଡା । ଏହା ମଧ୍ୟ ଆପୋଲୋ ଗ୍ରୁପର ଗ୍ରହାଣୁ। ଦ୍ୱିତୀୟ ଗ୍ରହାଣୁ ୨୦୨୪ ଓଆର୧ର ନାମ ରହିଛି। ଏନେଇ ନାସା ପକ୍ଷରୁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ବର୍ତ୍ତମାନ ଏହି ଗ୍ରହାଣୁ ଘଣ୍ଟା ପ୍ରତି ୩୦,୩୧୧ କିଲୋମିଟର ବେଗରେ ପୃଥିବୀ ଆଡକୁ ଗତି କରୁଛି ।
Follow Us