ଧାର୍ମିକ ଶିବିରରେ ୩ ଜଳିଗଲେ, ୧୫ ଗୁରୁତର

Advertisment

ସିଲିଣ୍ଡର ଲିକ୍‌ ହୋଇ ପରିବାରର ୫ ମୃତ

ସିଲିଣ୍ଡର ଲିକ୍‌ ହୋଇ ପରିବାରର ୫ ମୃତ

ପାଗଳ ପୁଅର ନାରକୀୟ କାଣ୍ଡ : ମା’ଙ୍କୁ ମାରି ଜାଳି ଦେଲା

ରାଜକୋଟ୍‌: ରାଜକୋଟ୍‌ର ପ୍ରାଂସାଳା ଗ୍ରାମରେ ସ୍ୱାମୀ ଧର୍ମବନ୍ଧୁଙ୍କ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଅଗ୍ନିକାଣ୍ଡ ଘଟି ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି। ‘ରାଷ୍ଟ୍ର କଥା ଶିବିର’ରେ ଧର୍ମବନ୍ଧୁଙ୍କ ପ୍ରବଚନ କାର୍ଯ୍ୟକ୍ରମ ଚାଲିଥିବା ସମୟରେ କୌଣସି କାରଣରୁ ଅଗ୍ନିକାଣ୍ଡର ସୂତ୍ରପାତ ହୋଇଥିଲା। ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରାଯିବା ସହ ପାଖାପାଖି ୫୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେତେବେଳକୁ ୩ ଜଣ ଜୀବନ୍ତ ଦଗ୍‌ଧ ହୋଇସାରିଥିଲେ ଏବଂ ୧୫ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଆହତମାନଙ୍କୁ ନିକଟ ରାଜକୋଟ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେହିପରି ଅନ୍‌ ଏକ ଘଟଣାରେ ରାଜସ୍ଥାନର ଜୟପୁର ସ୍ଥିତ ବିଦ୍ୟାଧର ନଗରରେ ଗ୍ୟାସ ସିଲିଣ୍ଡରରୁ ଲିକ୍‌ ହୋଇ ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଛି। ଏକ ଦୋମହଲା କୋଠାର ତଳ ମହଲାରେ ଥିବା ସିଲିଣ୍ଡରରୁ ଗ୍ୟାସ ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁ ଚାହୁଁ ନିଆଁ ଉପର ମହଲାକୁ ମଧ୍ୟ ବ୍ୟାପିଯାଇଥିଲା। ଏଥିରେ ତଳ ମହଲାରେ ନିଘୋଡ଼ ନିଦରେ ଶୋଇଥିବା ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉପର ମହଲାରୁ ବାହାରକୁ ଆସିନପାରି ଦୁଇ ଜଣଙ୍କର ଶ୍ୱାସରୁଦ୍ଧ ହୋଇ ଆଖି ବୁଜିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe