ଋଷ ଆକ୍ରମଣରେ ୩ ଶିଶୁଙ୍କ ସମେତ ୧୯୮ ନିହତ: ୟୁକ୍ରେନ୍‌ ମନ୍ତ୍ରୀ

Advertisment
ଋଷ ଆକ୍ରମଣରେ ୩ ଶିଶୁଙ୍କ ସମେତ ୧୯୮ ନିହତ: ୟୁକ୍ରେନ୍‌ ମନ୍ତ୍ରୀ

କିବ୍‌: ୟୁକ୍ରେନର ସ୍ୱାସ୍ଥ୍ୟ ମନ୍ତ୍ରୀ ଭିକ୍ଟର ଲିଆସ୍କୋ କହିଛନ୍ତି ଯେ ଗୁରୁବାର ଦିନ ଋଷ-ୟୁକ୍ରେନ ସଙ୍କଟ ବୃଦ୍ଧି ପାଇବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତିନି ଜଣ ଶିଶୁଙ୍କ ସମେତ ମୋଟ ୧୯୮ ଜଣ ୟୁକ୍ରେନବାସୀ ନିହତ ହୋଇଛନ୍ତି।
ଲିଆସ୍କୋ ଏକ ଫେସବୁକ୍‌ ପୋଷ୍ଟରେ ୟୁକ୍ରେନରେ ରୁଷର ସାମରିକ ଅପରେସନରେ ଏପର୍ଯ୍ୟନ୍ତ ଆହତଙ୍କ ସଂଖ୍ୟା ସେୟାର କରିଛନ୍ତି। ଏହା ସହିତ ଉକ୍ତ ପୋଷ୍ଟରେ ସେ ଏହା ମଧ୍ୟ କହିଛନ୍ତି ଯେ ତିନି ଦିନର ଯୁଦ୍ଧରେ ୧,୧୧୫ ୟୁକ୍ରେନବାସୀ ଆହତ ହୋଇଛନ୍ତି। ସେ କହିଛନ୍ତି ଯେ ସମୁଦାୟ ଆହତଙ୍କ ସଂଖ୍ୟାରୁ ୩୩ ଜଣ ଶିଶୁ ଥିଲେ।
ଉଲ୍ଲେଖଯୋଗ୍ୟ, ଗୁରୁବାର ସକାଳେ, ୟୁକ୍ରେନ ସୈନ୍ୟଙ୍କ ଦ୍ୱାରା ଚାଲିଥିବା ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଡୋନେଟସ୍କ ଏବଂ ଲୁହାନସ୍କର ବିଚ୍ଛିନ୍ନ ଗଣରାଜ୍ୟ ସହାୟତା ପାଇଁ ଅନୁରୋଧ କରିବା ପରେ ଋଷ ଏକ ସ୍ୱତନ୍ତ୍ର ଅପରେସନ୍‌ ଆରମ୍ଭ କରିଥିଲା। ପାଶ୍ଚାତ୍ୟ ଦେଶଗୁଡିକ ରୁଷର ସାମରିକ ଅପରେସନକୁ ତୀବ୍ର ନିନ୍ଦା କରିଛନ୍ତି ଏବଂ ମସ୍କୋ ଉପରେ ପ୍ରତିବନ୍ଧକ ଚାପକୁ ବଢାଇଛନ୍ତି।

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶୁକ୍ରବାର ଦିନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ପ୍ରତିବନ୍ଧକ, ପ୍ରତିରକ୍ଷା ସହାୟତା ଏବଂ ଯୁଦ୍ଧ ବିରୋଧୀ ମିଳିତ ମଞ୍ଚ ଉପରେ ଆଲୋଚନା କରିଥିଲେ। ‘ପ୍ରତିବନ୍ଧକକୁ ସୁଦୃଢ଼ କରିବା, ଠୋସ୍‌ ପ୍ରତିରକ୍ଷା ସହାୟତା ଏବଂ ଯୁଦ୍ଧ ବିରୋଧୀ ମିଳିତ ମଞ୍ଚ ଉପରେ ବର୍ତ୍ତମାନ ଆଲୋଚନା କରାଯାଇଛି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ଦିନ କହିଛନ୍ତି ଯେ ଉତ୍ତର ଆଟଲାଣ୍ଟିକ୍‌ ଚୁକ୍ତି ସଂଗଠନ (ନାଟୋ) ସେହି ୟୁରୋପୀୟ ରାଜ୍ୟଗୁଡିକ ପାଇଁ ଏହାର ’ଖୋଲା ଦ୍ୱାର’ ବଜାୟ ରଖିବ ଯେଉଁମାନେ ଏହାର ମୂଲ୍ୟବୋଧ ବାଣ୍ଟିଛନ୍ତି ଏବଂ ଯେଉଁମାନେ ଦିନେ ଆମ ମିଳିତ ମଞ୍ଚରେ ଯୋଗଦେବାକୁ ଚେଷ୍ଟା କରିପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe