ଆରବ ସାଗରରେ ଜରୁରୀକାଳୀନ ଅବତରଣ କଲା ଏଏଲ୍‌ଏଚ୍‌; ୩ ଜଣ ତଟରକ୍ଷୀ ବାହିନୀ ସଦସ୍ୟ ନିଖୋଜ

Advertisment

ଗୁଜୁରାଟର ପୋରବନ୍ଦର ଉପକୂଳରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଆରବ ସାଗରରେ ଆଡ୍‌ଭାନ୍ସ ଲାଇଟ୍‌ ହେଲିକପ୍ଟର (ଏଏଲ୍‌ଏଚ୍‌) ଜରୁରୀକାଳୀନ ଅବତରଣ କରିବା ପରେ ଭାରତୀୟ ତଟରକ୍ଷୀ ବାହିନୀର ତିନିଜଣ ସଦସ୍ୟ ନିଖୋଜ ହୋଇ ଯାଇଛନ୍ତି। 

Updated On

ଗୁଜୁରାଟର ପୋରବନ୍ଦର ଉପକୂଳରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଆରବ ସାଗରରେ ଆଡ୍‌ଭାନ୍ସ ଲାଇଟ୍‌ ହେଲିକପ୍ଟର (ଏଏଲ୍‌ଏଚ୍‌) ଜରୁରୀକାଳୀନ ଅବତରଣ କରିବା ପରେ ଭାରତୀୟ ତଟରକ୍ଷୀ ବାହିନୀର ତିନିଜଣ ସଦସ୍ୟ ନିଖୋଜ ହୋଇ ଯାଇଛନ୍ତି। 

ଅଦ୍ୟତନ ହୋଇଛି
costguard

ଗାନ୍ଧୀନଗର: ଗୁଜୁରାଟର ପୋରବନ୍ଦର ଉପକୂଳରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଆରବ ସାଗରରେ ଆଡ୍‌ଭାନ୍ସ ଲାଇଟ୍‌ ହେଲିକପ୍ଟର (ଏଏଲ୍‌ଏଚ୍‌) ଜରୁରୀକାଳୀନ ଅବତରଣ କରିବା ପରେ ଭାରତୀୟ ତଟରକ୍ଷୀ ବାହିନୀର ତିନିଜଣ ସଦସ୍ୟ ନିଖୋଜ ହୋଇ ଯାଇଛନ୍ତି। ଏହି ହେଲିକପ୍ଟରରେ ଚାରିଜଣ ସଦସ୍ୟ ରହିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି।

ଗୁଜୁରାଟର ପୋରବନ୍ଦର ଉପକୂଳରୁ ଅଏଲ୍‌ ଟ୍ୟାଙ୍କର୍ ହରି ​​ଲୀଲାର ଆହତ ସଦସ୍ୟମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ସେପ୍ଟେମ୍ବର ୨ ତାରିଖ ରାତି ୧୧ଟା ସମୟରେ ହେଲିକପ୍ଟର ପଠାଯାଇଥିବା ବେଳେ ତଟରକ୍ଷୀ ବାହିନୀର ସଦସ୍ୟମାନେ ନିଖୋଜ ହୋଇଛନ୍ତି। 

ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସରେ ହୋଇଥିବା ଏକ ପୋଷ୍ଟରେ ଭାରତୀୟ ତଟରକ୍ଷୀ ବାହିନୀ କହିଛନ୍ତି ଯେ ନିଖୋଜ ହୋଇଥିବା ତିନିଜଣ ସଦସ୍ୟଙ୍କ ପାଇଁ ସର୍ଚ୍ଚ ଅପରେସନ ଚାଲିଛି। ପୋଷ୍ଟରେ ଆହୁରି ବି କୁହାଯାଇଛି ଯେ ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଚାରୋଟି ଜାହାଜ ଏବଂ ୨ ବିମାନ ନିୟୋଜିତ କରିଛି।

ଏକ ବିବୃତିରେ ଭାରତୀୟ ତଟରକ୍ଷୀ ବାହିନୀ କହିଛି, “ଗୁଜୁରାଟରେ ସମ୍ପ୍ରତି ସାଇକ୍ଲୋନିକ୍ ପାଣିପାଗରେ ୬୭ ଜଣଙ୍କ ଜୀବନ ରକ୍ଷା କରିଥିବା ଇଣ୍ଡିଆନ କୋଷ୍ଟଗାର୍ଡ (ଆଇସିଜି) ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର (ଏଏଲ୍‌ଏଚ୍‌)କୁ ଗତକାଲି ପ୍ରାୟ ରାତି ୧୧ଟା ସମୟରେ ଇଣ୍ଡିଆନ୍ ଫ୍ଲାଗେଡ୍ ଉପରେ ଗୁରୁତର ଆହତ କର୍ମଚାରୀଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ପଠାଯାଇଥିଲା। ମାତ୍ର ସେଠାରେ ହେଲିକପ୍ଟରଟିକୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଲା। ଯାହାପରେ ୩ ଜଣ ସଦସ୍ୟ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe