ପ୍ରଧାନ ବିଚାରପତିଙ୍କ ‘ନୋ ଲିଭ୍‌’ ଫର୍ମୁଲା, କାର୍ଯ୍ୟଦିବସରେ ଛୁଟି ମିଳିବନି

Advertisment

ପଡ଼ିରହିଛି ୩ କୋଟିରୁ ଅଧିକ ମାମଲା

ପଡ଼ିରହିଛି ୩ କୋଟିରୁ ଅଧିକ ମାମଲା

ପ୍ରଧାନ ବିଚାରପତିଙ୍କ ‘ନୋ ଲିଭ୍‌’ ଫର୍ମୁଲା, କାର୍ଯ୍ୟଦିବସରେ ଛୁଟି ମିଳିବନି

ନୂଆଦିଲ୍ଲୀ: ବିଭିନ୍ନ ଅଦାଲତରେ ପଡ଼ିରହିଥିବା କୋଟି କୋଟି ମାମଲାର ଫଏସଲା ପାଇଁ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗଇ ତତ୍ପରତା ପ୍ରକାଶ କରିଛନ୍ତି। ଅଟକିଥିବା ମାମଲା ସଂଖ୍ୟା କମାଇବା ପାଇଁ ଜଷ୍ଟିସ୍ ଗୋଗଇ କାର୍ଯ୍ୟଦିବସ ବେଳେ ‘ନୋ ଲିଭ୍‌’ ଫର୍ମୁଲା ବାହାର କରିଛନ୍ତି। ଭାରତୀୟ ନ୍ୟାୟପାଳିକାର ତ୍ରିସ୍ତରୀୟ ବ୍ୟବସ୍ଥାରେ କୋଟି କୋଟି ସଂଖ୍ୟାର ମାମଲା ପଡ଼ିରହିଥିବା ବେଳେ ଅନେକ ଲୋକ ନ୍ୟାୟ ପାଇବା ପାଇଁ ଚାତକ ଭଳି ଚାହିରହିଛନ୍ତି। ଅକ୍ଟୋବର ୩ ତାରିଖରେ ସୁପ୍ରିମ୍ କୋର୍ଟ ପ୍ରଧାନ ବିଚାରପତିି ଭାବେ ଜଷ୍ଟିସ୍ ଗୋଗଇ ଶପଥ ନେବା ‌େବଳେ ଅଟକିଥିବା ମାମଲା ଉପରେ ଗୁରୁତ୍ବ ଦେଇଥିଲେ। ସୁପ୍ରିମ୍ କୋର୍ଟ, ହାଇକୋର୍ଟ ଏବଂ ଟ୍ରାଏଲ୍‌ କୋର୍ଟରେ ଅଟକିଥିବା କୋଟି କୋଟି ମାମଲାର ଫଏସଲା ଦିଗରେ ସେ ପଦକ୍ଷେପ ନେବେ ବୋଲି ସଂକେତ ଦେଇଥିଲେ। ତେବେ ଦାୟିତ୍ବ ନେବାର ସପ୍ତାହକ ମଧ୍ୟରେ ସେ ପ୍ରତ୍ୟେକ ହାଇକୋର୍ଟ କଲିଜିୟମ୍ ସଦସ୍ୟ (ମୁଖ୍ୟ ବିଚାରପତି ଏବଂ ଦୁଇଜଣ ବରିଷ୍ଠ ବିଚାରପତି)ଙ୍କ ସହ ଆଲୋଚନା କରିଥିଲେ। ଅଟକିଥିବା ମାମଲା ବାବଦରେ ସେ କିଛି କଠୋର ପରାମର୍ଶ ଦେଇଥିବା କୁହାଯାଉଛି। ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଆଲୋଚନା କରି ଜଷ୍ଟିସ୍ ଗୋଗଇ ନିୟମିତ ଭାବେ ଅଦାଲତଙ୍କ କାର୍ଯ୍ୟରେ ଯୋଗଦେଉନଥିବା ବିଚାରପତିଙ୍କୁ ନ୍ୟାୟିକ କାର୍ଯ୍ୟରୁ ହଟାଇବା ପାଇଁ ପରାମର୍ଶ ଦେଇଥିଲେ। ଏ ପ୍ରସଙ୍ଗରେ ଉକ୍ତ ବିଚାରପତିମାନଙ୍କ ସହିତ ସୁପ୍ରିମ୍ କୋର୍ଟ ବ୍ୟକ୍ତିଗତ ଭାବେ ଆଲୋଚନା କରିବେ ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ କୌଣସି ହ‌ାଇକୋର୍ଟ ବିଚାରପତି ଏବଂ ତଳକୋର୍ଟର ନ୍ୟାୟିକ ଅଧିକାରୀଙ୍କୁ ଜରୁରୀ ସ୍ଥିତିକୁ ଛାଡ଼ି ଅନ୍ୟ କୌଣସି କାର୍ଯ୍ୟଦିବସରେ ଛୁଟି ମଞ୍ଜୁର ନ କରିବା ଲାଗି ଜଷ୍ଟିସ୍ ଗୋଗଇ କହିଛନ୍ତି। ଏହାଛଡ଼ା କାର୍ଯ୍ୟଦିବସରେ ବିଚାରପତିମାନେ ବିଭିନ୍ନ ‌ଆଲୋଚନାଚକ୍ରରୁ ଦୂରେଇ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ‌େସହିଭଳି କାର୍ଯ୍ୟଦିବସରେ ବିଚାରପତିଙ୍କ ଏଲ୍‌ଟିସି ନେବା ଉପରେ ମଧ୍ୟ ରୋକ ଲଗାଇବା ପାଇଁ ସୁପ୍ରିମ‌୍ କୋର୍ଟ ପ୍ରଧାନ ବିଚାରପତି କହିଛନ୍ତି। ଉଲ୍ଲେଖ‌େଯାଗ୍ୟ, ସୁପ୍ରିମ୍ କୋର୍ଟରେ ଏବେ ପ୍ରାୟ ୫୫,୦୦୦ ମାମଲା ଅଟକିଥିବା ବେଳେ ୨୪ ହାଇକୋର୍ଟରେ ୩୨.୪ ଲକ୍ଷ ଏବଂ ତଳକୋର୍ଟଗୁଡ଼ିକରେ ୨.୭୭ କୋଟି ମାମଲା ପଡ଼ିରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe