୩ ଦିନ ଧରି ୩୦ ହଜାରରୁ ଅଧିକ ସଂକ୍ରମଣ, ମୋଟ ମାମଲା ୧୦ ଲକ୍ଷ ୩୮ ହଜାର ଟପିଲା

Advertisment
୩ ଦିନ ଧରି ୩୦ ହଜାରରୁ ଅଧିକ ସଂକ୍ରମଣ, ମୋଟ ମାମଲା ୧୦ ଲକ୍ଷ ୩୮ ହଜାର ଟପିଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା‌ ମଧ୍ୟରେ ପୁଣି ୩୪ ହଜାର ୮୮୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୬୭୧ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୭୧୬ ପହଞ୍ଚିଛି ଏବଂ ୨୬ ହଜାର ୨୭୩ ଜଣଙ୍କ ମୃତ୍ୟୁ ହୋଇଛି। ଆରୋଗ୍ୟଙ୍କ ସଂଖ୍ୟା ୬ ଲକ୍ଷ ୫୩ ହଜାର ୭୫୦କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ସକ୍ରିୟ ମାମଲା ୩ ଲକ୍ଷ ୫୮ ହଜାର ୬୯୨ ରହିଛି। ମୋଟ୍‌ ୬୩ ପ୍ରତିଶତ ରୋଗୀ କରୋନାରୁ ସୁସ୍ଥ ହୋଇ ସାରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୭,୯୯୪ କୋଭିଡ-୧୯ ରୋଗୀ ସୁସ୍ଥ ହୋଇଛନ୍ତି। ଲଗାତାର ୩ ଦିନ ଧରି ଦେଶରେ ସଂକ୍ରମଣ ମାମଲା ୩୦ ହଜାରରୁ ଅଧିକ ରହୁଛି। ଆଇସିଏମ୍‌ଆର ଅନୁଯାୟୀ ଜୁଲାଇ ୧୭ ସୁଦ୍ଧା ଦେଶରେ ୧ କୋଟି ୩୪ ଲକ୍ଷ ୩୩ ହଜାର ୭୪୨ ନମୁନା ପରୀକ୍ଷା କରାଯାଇଛି। ମହାରାଷ୍ଟ୍ରରେ ସଂକ୍ରମଣ ମାମଲା ୩ ଲକ୍ଷ ଅତିକ୍ରମ କରିଯାଇଛି। ମହାରାଷ୍ଟ୍ର ପରେ ତାମିଲନାଡ଼ୁରେ ୧ ଲକ୍ଷ ୬୧ ହଜାର , ଦିଲ୍ଲୀରେ ୧ ଲକ୍ଷ ୨୦ ହଜାର , କର୍ଣ୍ଣାଟକରେ ୫୫ ହଜାର , ଗୁଜରାଟରେ ୪୬ ହଜାର ଏବଂ ଉତ୍ତରପ୍ରଦେଶରେ ୪୫ ହଜାର ୧୬୩ ଜଣ ସଂକ୍ରମିତ ହୋଇଛନ୍ତି।

ବେଙ୍ଗାଲୁରୁ, ହାଇଦ୍ରାବାଦ ଏବେ ନୂଆ କୋଭିଡ୍‌ ହଟ୍‌ସ୍ପଟ୍‌ ପାଲଟିଛି। ଭାରତର ୯ ବୃହତ୍ତମ ସହରାଞ୍ଚଳ ମଧ୍ୟରୁ ବେଙ୍ଗାଲୁରୁ, ହାଇଦ୍ରାବାଦ୍‌ ଏବଂ ପୁନେରେ ସଂକ୍ରମଣର ମାତ୍ରା ସର୍ବାଧିକ ରହିଛି। ଉପରୋକ୍ତ ୩ଟି ସହରରେ ସଂକ୍ରମଣ ବଢ଼ି ଚାଲିଛି। କିନ୍ତୁ ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ ଏବଂ ଅହମଦାବାଦ୍‌ରେ ସଂକ୍ରମଣ କମୁଛି। ବେଙ୍ଗାଲୁରୁରେ ଗତ ୪ ସପ୍ତାହ ମଧ୍ୟରେ ସଂକ୍ରମଣ ପ୍ରତିଦିନ ହାରହାରି ୧୨.୯ ପ୍ରତିଶତ ବୃଦ୍ଧି ପାଉଛି। ବେଙ୍ଗାଲୁରୁରେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ପ୍ରତିଦିନ ହାରାହାରି ୮.୯ ପ୍ରତିଶତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ତେବେ ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ତାମିଲନାଡ଼ୁ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ କୋଭିଡ୍‌-୧୯ର ହଟ୍‌ସ୍ପଟ୍‌ ପାଲଟିଛି। ମହାରାଷ୍ଟ୍ର, ଦିଲ୍ଲୀ ଏବଂ ଗୁଜରାଟରୁ ମଧ୍ୟ ମୋଟ୍‌ ୬୬ ପ୍ରତିଶତ ମୃତ୍ୟୁ ରେକର୍ଡ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe