ଉଦଘାଟନର ୩ଦିନ ପରେ ଭୁଶୁଡିଲା ୮୦ ଲକ୍ଷର ଭାସମାନ ପୋଲ

Advertisment
ଉଦଘାଟନର ୩ଦିନ ପରେ ଭୁଶୁଡିଲା ୮୦ ଲକ୍ଷର ଭାସମାନ ପୋଲ

ବେଙ୍ଗାଲୁରୁ: ଉଦଘାଟନର ୩ଦିନ ପରେ ଭୁଶୁଡିଲା ୮୦ ଲକ୍ଷର ଭାସମାନ ପୋଲ। ବଡ଼ ଢ଼େଉ ମାଡ଼ ହେବାରୁ କର୍ଣ୍ଣାଟକର ପ୍ରଥମ ଭାସମାନ ପୋଲ ଭୁଶୁଡି ପଡ଼ିଥିବା ଜଣାପଡ଼ିଛି। ଜିଲ୍ଲା ପ୍ରଶାସନର ସୂଚନାନୁସାରେ, ମେ’ ୬ ତାରିଖରେ ବିଧାୟକ କେ ରଘୁପତି ଭଟ ଉଡ଼ୁପିର ମାଲପେ ବେଳାଭୂମିରେ ତିଆରି ହୋଇଥିବା ଭାସମାନ ପୋଲର ଉଦଘାଟନ କରିଥିଲେ। ହେଲେ ମେ’ ୮-୯ ମଧ୍ୟରାତ୍ରୀରେ ବଡ଼ ଢ଼େଉ ମାଡ଼ ହେବାରୁ ପୋଲଟି ଭୁଶୁଡି ଯାଇଥିଲା। ୮୦ ଲକ୍ଷ ଖର୍ଚ୍ଚ କରାଯାଇ ଏହି ପୋଲ ତିଆରି କରାଯାଇଥିବା ବେଳେ ଏବେ ଭୁଶୁଡିପଡ଼ିବାରୁ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି।

କୁହାଯାଉଛି ଯେ, ବାତ୍ୟା ଅସାନି ପାଇଁ ପବନର ବେଗ ଅଧିକ ଥିବାରୁ ସମୁଦ୍ର ଆଶାନ୍ତ ଥିଲା। ଏହି କାରଣରୁ ବଡ଼ ବଡ଼ ଢ଼େଉ ପୋଲରେ ମାଡ଼ ହେବାରୁ ପୋଲଟି ଭୁଶୁଡି ପଡ଼ିଛି। ଏହି ଘଟଣା ପରେ ଏବେ ସୁରକ୍ଷା ଦିଗ ଉପରେ ପ୍ରଶ୍ନ ଉଠିଛି। ପୋଲଟି ମରାମତି ହୋଇ କାର୍ଯ୍ୟକାରୀ ହେଲେ ଏହା କେ‌ତେ ସୁରକ୍ଷିତ ହେବ, ସେ ନେଇ ଏବେ ଲୋକେ ପ୍ରଶ୍ନ ଉଠାଇଛନ୍ତି।

publive-image indiatimes

ତେବେ ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ଉନ୍ନତ କରିବା ପାଇଁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହି ଭାସମାନ ସେତୁ ନିର୍ମାଣ କରାଯାଇଥିଲା। ସେତୁର ଲମ୍ବ ୧୦୦ ମିଟର ଓ ମୋଟେଇ ୩.୫ ମିଟର ଥିବା ବେଳେ ଏହାକୁ ତିନିଜଣ ଉଦ୍ୟୋଗୀ ନିର୍ମାଣ କରିଥିଲେ। ଏହି ଘଟଣା ପରେ ମାଲପେ ବେଳାଭୂମି ଏବଂ ସେଣ୍ଟ ମେରୀ ଦ୍ୱୀପରେ ଜିଲ୍ଲା ପ୍ରଶାସନ ସମସ୍ତ ଜଳ କ୍ରୀଡା କାର୍ଯ୍ୟକଳାପକୁ ସ୍ଥଗିତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe