ଅମୃତସର ନିରଙ୍କରୀ ଭବନରେ ବିସ୍ଫୋରଣ: ୩ ମୃତ; ୧୦ ଆହତ

Advertisment
ଅମୃତସର ନିରଙ୍କରୀ ଭବନରେ ବିସ୍ଫୋରଣ: ୩ ମୃତ; ୧୦ ଆହତ

ଚଣ୍ଡିଗଡ଼: ରବିବାର ସକାଳେ ଅମୃତସର ଅନ୍ତର୍ଗତ ରାଜସାଶନୀ ଗାଁରେ ଅବସ୍ଥିତ ପ୍ରାର୍ଥନା ଗୃହ ନିରଙ୍କରୀ ଭବନରେ ବିସ୍ଫୋରଣ ଘଟିବାରୁ ତିନିଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି।

ଅଧ୍ୟାତ୍ମିକ ସଂଗଠନ ନିରଙ୍କରୀ ଡେରାରେ ଭକ୍ତମାନେ ପ୍ରାର୍ଥନା ପାଇଁ ସମବେତ ହୋଇଥିବା ବେଳେ ବିସ୍ଫେରଣ ଘଟିଥିଲା।

ଆହତମାନଙ୍କୁ ଅମୃତସରର ଗୁରୁ ନାନକ ଦେବ ହସ୍‌ପିଟାଲ୍‌ ଏବଂ ଆଇଭି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ପ୍ରତ୍ୟେକ୍ଷଦର୍ଶୀମାନେ କହନ୍ତି: ଦୁଇ ଜଣ ମୁଖା ପରିହିତ ମୋଟରସାଇକେଲ୍‌ ଆରୋହୀ ନିରଙ୍କରୀ ଡେରା ବାହାରେ ଅଟକି ସମବେତ ଭକ୍ତଙ୍କ ଉପରକୁ ଗ୍ରେନେଡ୍‌ ଫିଙ୍ଗିବା ପରେ ଘଟନାସ୍ଥଳରୁ ଖସି ପଳାଇଥିଲେ। ଦୁଇ ଆକ୍ରମଣକାରୀଙ୍କ ପାଖରେ ଗୋଟିଏ ଆସଲ୍‌ଟ୍‌ ରାଇଫଲ ଥିବା କଥା ଅନ୍ୟ ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି।

ବିସ୍ଫୋରଣ ଘଟନାରେ ପାକିସ୍ତାନର ଆଇଏସ୍‌ଆଇର ହାତ ଥିବା କଥା ଗୁଇନ୍ଦା ସନ୍ଦେହ କରୁଛି। ଆକ୍ରମଣ ସଂକ୍ରାନ୍ତରେ ପଞ୍ଜାବ ଡିଜିପି ସନ୍ଧ୍ୟାବେଳେ ଅଧିକ ବିବରଣୀ ଦେବାର ସମ୍ଭାବନା ଅଛି।

ବିସ୍ଫୋରଣସ୍ଥଳର ଆଖପାଖରୁ ପୁଲିସ ସିସିଟିଭି ଫୁଟେଜ୍‌ ପାଇବାକୁ ଉଦ୍ୟମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe