zeenews
ଉତ୍ତରକାଶୀ: ସୋମବାର ଉତ୍ତରାଖଣ୍ଡର ଉତ୍ତରାକାଶୀ ଜିଲ୍ଲାରେ ଥିବା ମାଣ୍ଡ ଗ୍ରାମରେ ବାଦଲଫଟା ବର୍ଷା ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ନିଖୋଜ ହୋଇଥିବା ସୂଚନା ରହିଛି। ଏମାନେ ସମସ୍ତେ ଗୋଟାଏ ପରିବାରର ବୋଲି ଜଣାପଡ଼ିଛି।
ଗଣମାଧ୍ୟମ ରିପୋର୍ଟ ମୁତାବକ, ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ସେମାନେ ହେଉଛନ୍ତି ମାଧୁରୀ(୪୮) ଓ ଋତୁ(୩୮)। ଏମାନଙ୍କ ଛଡ଼ା ଈଶୁ ନାମକ ଏକ ୬ ବର୍ଷୀୟା ଶିଶୁର ମଧ୍ୟ ମୃତ୍ୟୁ ଘଟିଛି।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ରାଜ୍ୟର ବିଭିନ୍ନ ସ୍ଥାନରେ ବାଦଲଫଟା ବର୍ଷା ହୋଇ ବହୁ କ୍ଷୟକ୍ଷତି ଘଟିଛି। ବହୁ ଘର ପାଣି ମଧ୍ୟରେ ବୁଡ଼ି ରହିଥିବା ବେଳେ ଅନେକ ସ୍ଥାନରେ ପାଣି ଜମି ରହି ଯାତାୟତ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଛି।
Follow Us