ମୁମ୍ବାଇରେ ଟ୍ରାଫିକ ପାଇଁ ହେଉଛି ୩% ଛାଡ଼ପତ୍ର; ଏଭଳି ବୟାନ ଦେଇ ଚର୍ଚ୍ଚାରେ ଅମୃତା ଫଡନାଭିସ୍

Advertisment
ମୁମ୍ବାଇରେ ଟ୍ରାଫିକ ପାଇଁ ହେଉଛି ୩% ଛାଡ଼ପତ୍ର; ଏଭଳି ବୟାନ ଦେଇ ଚର୍ଚ୍ଚାରେ ଅମୃତା ଫଡନାଭିସ୍

ମୁମ୍ବାଇ: ଚର୍ଚ୍ଚାରେ ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା। ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଯାଇ ସେ ଯେଉଁ ବୟାନ ଦେଇଛନ୍ତି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୁମ୍ବାଇରେ ଟ୍ରାଫିକ ପାଇଁ ୩% ଛାଡ଼ପତ୍ର ହେଉଥିବା କହି ଏବେ ବିରୋଧୀଙ୍କୁ ସମାଲୋଚନା ପାଇଁ ଖେ‌ାରାକ୍ ଯୋଗାଇଛନ୍ତି ଅମୃତା ଫଡନାଭିସ୍।

ରାସ୍ତାର ଅବସ୍ଥା ଏବଂ ଟ୍ରାଫିକ ସମସ୍ୟା ବିଷୟରେ କହିବାକୁ ଯାଇ ଅମୃତା କହିଥିଲେ ଯେ, ଆପଣ ଜାଣନ୍ତି କି ମୁମ୍ବାଇରେ ୩% ପ୍ରତିଶତ ଛାଡପତ୍ର ଟ୍ରାଫିକ ଜାମ୍ କାରଣରୁ ହେଉଛି। ଟ୍ରାଫିକ ଜାମ୍ ପାଇଁ ଲୋକମାନେ ନିଜ ପରିବାରକୁ ସମୟ ଦେବାରେ ଅସମର୍ଥ। ରାସ୍ତାରେ ଥିବା ଖାଲ ଓ ଟ୍ରାଫିକ ପାଇଁ ସେ ବ୍ୟକ୍ତିଗତ ଭାବେ ଅସୁବିଧାରେ ପଡ଼ୁଛନ୍ତି ବୋଲି କହିଛନ୍ତି।

ଅମୃତାଙ୍କ ଏଭଳି ବୟାନ ‌ପରେ ତାଙ୍କ ନାଁ ନନେଇ ଶିବସେନା ନେତା ପ୍ରିୟଙ୍କା ଚତୁର୍ବେଦୀ ଏକ ଟୁଇଟ୍‌ରେ ଲେଖିଛନ୍ତି ଯେ, ଆଜିର ଯୁକ୍ତିହୀନ କଥାର ପୁରସ୍କାର ସେହି ମହିଳାଙ୍କ ଦିଆଯିବ, ଯିଏ ରାସ୍ତାରେ ଟ୍ରାଫିକ ପାଇଁ ମୁମ୍ବାଇରେ ୩% ଛାଡପତ୍ର ହେଉଥିବା କହିଛନ୍ତି। ଦୟାକରି କିଛି ଦିନ ଛୁଟି ନେଇ ବୁଲିବାକୁ ଯାଆନ୍ତୁ। ବେଙ୍ଗାଲୁରୁରେ ରହୁଥିବା ପରିବାର ଦୟାକରି ଏହାକୁ ନପଢ଼ିବାକୁ ଅନୁରୋଧ। ଆପଣଙ୍କ ବିବାହ ପାଇଁ ଏହା ସାଂଘାତିକ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe