କର୍ଣ୍ଣାଟକରେ ବଜରଙ୍ଗ ଦଳ କର୍ମୀଙ୍କୁ ହତ୍ୟା ଘଟଣା: ୩ଜଣଙ୍କୁ ଗିରଫ କଲା ପୁଲିସ

କର୍ଣ୍ଣାଟକରେ ବଜରଙ୍ଗ ଦଳ କର୍ମୀଙ୍କୁ ହତ୍ୟା ଘଟଣା: ୩ଜଣଙ୍କୁ ଗିରଫ କଲା ପୁଲିସ

ବେଙ୍ଗାଲୁରୁ: ଗତକାଲି ବଜରଙ୍ଗ ଦଳର ଜଣେ ୨୩ ବର୍ଷିୟ କର୍ମୀଙ୍କୁ ଛୁରିଭୁସି ହତ୍ୟା କରାଯାଇଥିଲା। ଏନେଇ ଆଜି ଘଟଣାରେ ପ୍ରତିବାଦ ପ୍ରଦର୍ଶନ କରି ଆଜି ଶିବମୋଗ୍ଗାରେ ସ୍ଥାନୀୟ ଲୋକେ ଯାନବାହନ ପୋଡ଼ାଜଳା କରିବା ସହ ଟେକାପଥର ଫିଙ୍ଗିଯାଇଥିଲା। ଅଭିଯୁକ୍ତକୁ ଦଣ୍ଡ ଦେବା ପାଇଁ ଦାବି ଜୋର ଧରିଥିବା ବେଳେ ଏବେ ୩ଜଣଙ୍କୁ ଗିରଫ କରିଛି ପୁଲିସ। କର୍ଣ୍ଣାଟକ ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର କହିଛନ୍ତି ଯେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ହର୍ଷଙ୍କ ହତ୍ୟା ମାମଲାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି।

ଏହି ମାମଲାରେ ୫ ଜଣ ଅଭିଯୁକ୍ତ ବୋଲି ବିଶ୍ୱାସ କରାଯାଉଥିଲେ ବି ଏହି ଘଟଣା ପଛରେ କାହାର ହାତ ରହିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତଦନ୍ତ ପରେ ଏଭଳି କରିବା ପଛର କାରଣ ସାମ୍ନାକୁ ଆସିପାରିବ। ଶିବମୋଗ୍ଗାରେ ହୋଇଥିବା ହିଂସା ପରେ ଏହି ଅଞ୍ଚଳରେ ୧୨୦୦ ଅତିରିକ୍ତ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବେଙ୍ଗାଲୁରୁରୁ ୨୦୦ରୁ ଅଧିକ ପୁଲିସ ପଠାଯାଇଛି।

ଉଲ୍ଲେଖଯୋଗ୍ୟ,  ରବିବାର ରାତିରେ ଜଣେ ୨୩ ବର୍ଷୀୟ ବଜରଙ୍ଗ ଦଳ କର୍ମୀଙ୍କୁ ହତ୍ୟା କରାଯାଇଥିଲା। ଆହତ ଅବସ୍ଥାରେ ହର୍ଷ ନାମକ ଉକ୍ତ ବଜରଙ୍ଗ ଦଳ କର୍ମୀଙ୍କୁ ମ୍ୟାକ୍‌ ଗାନ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। କିନ୍ତୁ ସେଠ‌ାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe