ଜମ୍ମୁ ଓ କଶ୍ମୀରର ଅନନ୍ତନାଗରେ ୩ ହିଜ୍‌ବୁଲ୍‌ ଆତଙ୍କବାଦୀ ନିହତ, ତଲାସ ଅଭିଯାନ ଜାରି

ଜମ୍ମୁ ଓ କଶ୍ମୀରର ଅନନ୍ତନାଗରେ ୩ ହିଜ୍‌ବୁଲ୍‌ ଆତଙ୍କବାଦୀ ନିହତ, ତଲାସ ଅଭିଯାନ ଜାରି

Image Source: Zee News

ନୂଆଦିଲ୍ଲୀ: ବୁଧବାର ସକାଳେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଉପକଣ୍ଠସ୍ଥିତ ପାଜାଲପୁର ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ ଯୋଗୁଁ ତିନି ଜଣ ହିଜ୍‌ବୁଲ୍‌ ମୁଜାହିଦୀନ ଆତଙ୍କବାଦୀ ନିହ ହୋଇଛନ୍ତି।

ଏବେ ସେ ଅଞ୍ଚଳରେ ତଲାସ ଅଭିଯାନ ଜାରି ରହିଛି।

ସକାଳ ପ୍ରାୟ ଛଅଟା ସମୟରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ସେନା ଓ ସିଆର୍‌ପିଏଫ୍‌ ଯବାନମାନେ ମିଳିତ ଅଭିଯାନ ଚଳାଇଥିଲେ।

ତିନି ଜଣ ଆତଙ୍କବାଦୀ ସେ ଅଞ୍ଚଳର ଗୋଟାଏ ଘରେ ଛକି ଥିଲେ। ସେ ଘରେ ଆତଙ୍କବାଦୀମାନେ ଆତ୍ମଗୋପନ କରିଥିବା ସୂଚନା ବୁଧବାର ପାହାନ୍ତା ବେଳକୁ ସେନା ପାଇଥିଲା।

ଏବେ ମଧ୍ୟ ସେ ଅଞ୍ଚଳରେ ଗୁଳି ବିନିମୟ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe