୩ ଘଣ୍ଟା ବର୍ଷାରେ ଦିଲ୍ଲୀ ଉବୁଟୁବୁ

୩ ଘଣ୍ଟା ବର୍ଷାରେ ଦିଲ୍ଲୀ ଉବୁଟୁବୁ

The Hindu

ନୂଆଦିଲ୍ଲୀ: ମାତ୍ର ୩ ଘଣ୍ଟାର ଲଗାଣ ବର୍ଷାରେ ଦିଲ୍ଲୀ ସହର ଏବେ ଉବୁଟୁବୁ । ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। କିଛି ଅଞ୍ଚଳରେ ପାଣି ଏଭଳି ଲହଡ଼ା ମାଡ଼ିଛି ଯେ, ୨ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୨ ଘର ମଧ୍ୟ କେନାଲ୍‌ ପାଣିରେ ଭାଶି ଯାଇଛି। ଜାତୀୟ ରାଜଧାନୀର ଆଇକନିକ୍‌ ମିଣ୍ଟୋ ବ୍ରିଜ୍‌ ତଳେ ଥିବା ଏକ ରାସ୍ତାରେ ଜଣଙ୍କ ମୃତଦେହ ପାଣିରୁ ଉଦ୍ଧାର କରାଯାଇଥିବା ବେଳେ ଦିଲ୍ଲୀର ଜାହ‌ାଗିରପୁରୀ ଅଞ୍ଚଳରେ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ମିଣ୍ଟୋ ବ୍ରିଜ୍‌ ତଳେ ଏକ ବସ୍‌ ଫସି ରହିଥିଲା। ପରେ ବସ୍‌ରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଦିଲ୍ଲୀର ଆନ୍ନା ନଗର ଅଞ୍ଚଳରେ କେତେକ ଘର ମଧ୍ୟ ଭୁଶୁଡ଼ି ପଡ଼ିଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଆଇଏମ୍‌ଡି ପକ୍ଷରୁ ଜଣାପଡ଼ିଛି ଯେ, ଆଜି ସକାଳ ୫.୩୦ରୁ ୮.୩୦ ମଧ୍ୟରେ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe