ଦ୍ରୁତ ପରୀକ୍ଷଣ କିଟ୍‌ ଆମଦାନି ପାଇଁ ୩ ଭାରତୀୟ କମ୍ପାନିର ଅନୁମତି ରଦ୍ଦ

Advertisment
୪୫୦ ଟଙ୍କାରେ ଆଣ୍ଟିଜେନ ପରୀକ୍ଷା ବିବାଦ : କଟକରେ ଘରୋଇ କୋଭିଡ୍‌ ପରୀକ୍ଷା ବନ୍ଦ

Personnel Today

ନୂଆଦିଲ୍ଲୀ : ବିଦେଶରୁ ଦ୍ରୁତ କୋଭିଡ୍‌ ପରୀକ୍ଷଣ ସରଞ୍ଜାମ ଆମଦାନି କରୁଥିବା ତିନିଟି ଭାରତୀୟ କମ୍ପାନିର ଅନୁମତିକୁ ଭାରତୀୟ ଭେଷଜ ନିୟନ୍ତ୍ରକ ରଦ୍ଦ କରିଦେଇଛନ୍ତି। ଏଥି ସହିତ ଆଉ ୧୫ଟି କମ୍ପାନିର ଲାଇସେନ୍ସକୁ ମଧ୍ୟ ସ୍ଥଗିତ ରଖିଛନ୍ତି। ସଂପୃକ୍ତ ଆଣ୍ଟିବଡି କିଟ୍‌ର ନିର୍ମାତାମାନଙ୍କୁ ଆମେରିକାର ଖାଦ୍ୟ ଓ ଭେଷଜ ପ୍ରଶାସନ(ଏଫ୍‌ଡିଏ) ଏଭଳି କିଟ୍‌ ଯୋଗାଣ କରୁଥିବା କମ୍ପୀନିମାନଙ୍କ ତାଲିକାରୁ ବାଦ୍‌ କରିଦେବା ପରେ ଭାରତ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଅନୁମତି ରଦ୍ଦ ହୋଇଥିବା ଏହି ଫାର୍ମଗୁଡ଼ିକ ହେଲା କାଡ଼ିଲା ହେଲ୍‌ଥକେୟାର, ଏମ୍‌ଡିଏଏସି ଇଣ୍ଟରନାସନାଲ୍‌ ଏବଂ ଏନ୍‌ଭି ଓଭରସିଜ୍‌। ସେହିପରି ଅନୁମତି ସ୍ଥଗିତ ରଖାଯାଇଥିବା କମ୍ପାନିଗୁଡ଼ିକ ମଧ୍ୟରେ ଟ୍ରାନ୍ସଏସିଆ ବାୟୋମେଡିକାଲ୍‌ସ, କସ୍ମିକ୍‌ ସାଇଣ୍ଟିଫିକ୍, ଇନ୍‌ବାୟୋସ ଇଣ୍ଡିଆ, ଏସ୍‌ଡି ବାୟୋସେନ୍ସର, ଆକ୍ୟୁରେକ୍ସ ବାୟୋମେଡିକାଲ୍‌ସ, ବାୟୋହାଉସ୍‌ ସଲ୍ୟୁସନ୍‌ସ ଏବଂ ଟ୍ରିଭିଟ୍ରନ୍ ହେଲ୍‌ଥକେୟାର ଆଦି ରହିଛନ୍ତି। ସୂଚନା ଥାଉ କି, ଏଫଡିଏ ଦ୍ବାରା ନିର୍ଦ୍ଦିଷ୍ଟ ପରୀକ୍ଷଣ କିଟ୍‌ଗୁଡ଼ିକ ଯୋଗାଣ କରାଯିବନାହିଁ ବୋଲି ଘୋଷଣା କରାଯିବା ପରେ ଭାରତୀୟ କର୍ତ୍ତୃପକ୍ଷ ସଂପୃକ୍ତ କମ୍ପାନିମାନଙ୍କର ଆମଦାନି ଲାଇସେନ୍ସ କାହିଁକି ରଦ୍ଦ କରାଯିବନି ବୋଲି ଗତ ୧୭ ତାରିଖରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe