ତେହରାନ: ଇରାନରେ ନିଖୋଜ ୩ ଭାରତୀୟ ଯୁବକ । ଇରାନରେ ୩ ଯୁବକଙ୍କୁ ଅପହରଣ କରି ରଖାଯାଇଥିବା ଅଭିଯୋଗ ହେଉଛି । ପଞ୍ଜାବର ୩ ଯୁବକଙ୍କୁ ଅଷ୍ଟ୍ରେଲିଆରେ କାମ ଦେବାକୁ କହି ଇରାନ୍ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି । ଟ୍ରାଭେଲ୍ ଏଜେଣ୍ଟ ସେମାନଙ୍କୁ ଅଷ୍ଟ୍ରେଲିଆ କହି ଠକି ଦେଇଛି । ଯାହା ଫଳରେ ୩ ଭାରତୀୟ ଯୁବକ ଇକାନରେ ଠକଙ୍କ ଦ୍ବାରା ବନ୍ଦୀ ଅଛନ୍ତି ।
ତେବେ ଏହି ୩ ଭାରତୀୟ ଯୁବକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ସେମାନେ ମେ ୧ ତାରିଖରୁ ଘର ସହ କୌଣସି ଯୋଗାଯୋଗ କରି ନାହାନ୍ତି ।
ଅପହରଣର ୧୧ ଦିନ ପରେ ସେମାନଙ୍କ ପରିବାରକୁ ଠକଙ୍କ ତରଫରୁ ଭିଡିଓ କଲ କରାଯାଇଥିଲା ଯେଉଁଥିରେ ୩ ଭାରତୀୟ ଯୁବକଙ୍କ ହାତ ବନ୍ଧାଥିବା ସହ ଦେହରେ କଟା ଦାଗ ଥିବା ଦେଖିବାକୁ ମିଳିଥିଲା । ଠକ ଏମାନଙ୍କୁ ମାରି ଦେବାକୁ ଧମକ ଦେବା ସହ ଛାଡିବାକୁ କୋଟି କୋଟି ଟଙ୍କା ମାଗୁଥିବା ପରିବାର ଲୋକେ ଅଭିଯୋଗ କରିବା ସହ ସେମାନଙ୍କ ପିଲାଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।
/sambad/media/post_attachments/b0ad33bb-865.png)
ତେବେ ଇରାନରେ ଥିବା ଭାରତୀୟ ଦୂତାବାସ ଇରାନ ସରକାରଙ୍କ ଉପରେ ଏହି ଘଟଣା ନେଇ ଅବଗତ କରାଇଥିବା ବେଳେ ୩ ଯୁବକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି ଏବଂ ଭାରତରେ ଥିବା ସେମାନଙ୍କ ପରିବାର ସହ ଯୋଗାଯୋଗରେ ଅଛନ୍ତି ।
ଅଧିକ ପଢନ୍ତୁ-
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/28/T6IGSfXRV2tBweQfZ4Mm.jpg)