Image Courtesy of TOI
ନୂଆଦିଲ୍ଲୀ: କେନିଆରୁ ଭାରତ ସରକାର ତିନି ଜଣ ଭାରତୀୟ ଏବଂ ୭ ଜଣ ନେପାଳୀ ବାଳିକାଙ୍କୁ ଉଦ୍ଧାର କରିଛନ୍ତି। ମାନବ ଚୋରାଚାଲାଣ କରୁଥିବା ଏକ ଅପରାଧିକ ସଙ୍ଗଠନ କବଳରେ ସେମାନେ ପଡ଼ି ଯାଇଥିଲେ ବୋଲି ଗୁରୁବାର ଦିନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି। ସେମାନଙ୍କୁ ବିମାନ ଯୋଗେ ସ୍ୱଦେଶ ଫେରାଇ ଅଣାଯାଇଛି।
ଏକ ଟୁଇଟ୍ ସିରିଜ୍ରେ ସ୍ୱରାଜ କହିଛନ୍ତି: ଆମେ କେନିଆରୁ ତିନି ଜଣ ଭାରତୀୟ ବାଳିକାଙ୍କୁ ଉଦ୍ଧାର କରିଛୁ। ସେମାନେ ଏକ ସଙ୍ଗଠିତ ଅପରାଧିକ ସଙ୍ଗଠନ କବଳରେ ପଡ଼ି ଯାଇଥିଲେ। ସାତ ଜଣ ନେପାଳୀ ବାଳିକାଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ସେମାନଙ୍କର ପାସ୍ପୋର୍ଟ ଏବଂ ଫୋନ୍ ଛଡ଼ାଇ ନିଆଯାଇ ମୋମ୍ବାସାରେ ସେମାନଙ୍କୁ ବନ୍ଦିନୀ କରି ରଖାଯାଇଥିଲା।
ଏଥିରେ ସମ୍ପୃକ୍ତ ଥିବା ଏଜେଣ୍ଟ ଏବଂ ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ରୁଜୁ କରାଇବା ସକାଶ ମନ୍ତ୍ରାଳୟ ଏ ଘଟଣାର ସମସ୍ତ ବିବରଣୀ ପଞ୍ଜାବ ସରକାରଙ୍କୁ ଦେଇଛନ୍ତି ବୋଲି ସୁଷମା କହିଛନ୍ତି।
ବାଳିକାମାନଙ୍କୁ ଉଦ୍ଧାର କରିବାରେ କେନିଆସ୍ଥିତ ଭାରତୀୟ ହାଇକମିସନର୍ ସୁଚିତ୍ରା ଦୁରାଇ ଏବଂ ପ୍ରଥମ ସଚିବ କରଣ ଯାଦବଙ୍କ ଉଦ୍ୟମକୁ ମଧ୍ୟ ମନ୍ତ୍ରୀ ସ୍ୱରାଜ ପ୍ରଶଂସା କରିଛନ୍ତି।
ସହାୟତା ପାଇଁ ମନ୍ତ୍ରୀ କେନୀୟ ପୁଲିସଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।
Follow Us