ମିଶରରେ ସଡ଼କ ଦୁର୍ଘଟଣ‌ା ଘଟି ୩ ଜଣ ଭାରତୀୟ ମୃତ

Advertisment
ମିଶରରେ ସଡ଼କ ଦୁର୍ଘଟଣ‌ା ଘଟି ୩ ଜଣ ଭାରତୀୟ ମୃତ

The Hindu

ନୂଆଦିଲ୍ଲୀ: ମିଶରରେ ଏକ ସଡ଼କ ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ୩ ଜଣ ଭାରତୀୟ ଥିବା ସୂଚନା ରହିଛି। ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି ବୋଲି ଭାରତୀୟ ଦୂତବାସ ପକ୍ଷରୁ ସୂଚନା ମିଳିିଛି।

ଶନିବାର ଯାତ୍ରୀଙ୍କୁ ନେଇ ବସ୍‌ ହର୍ଗହାଡା ସହରର ବିଚ୍‌-ରିସୋର୍ଟ ଆଡ଼େ ଯାଉଥିବା ବେଳେ କାଇରୋରୁ ୧୨୦ କିଲୋମିଟର ଦୂର ଏନ୍‌ ସୋଖନା ସହରରେ ଟ୍ରକ୍‌ ସହ ବସ୍‌ଟି ଧକ୍କା ହୋଇଥିଲା।

ଏହି ଦୁର୍ଘଟଣା ପରେ ମିଶରରେ ଥିବା ଭାରତୀୟ ଦୂତବାସ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। ଦୂତବାସର ଟ୍ବିଟର୍‌ରେ ଲେଖାଯାଇଛି, ‘ଏନ୍‌ ସୋଖନାଡାରେ ଡିସେମ୍ବର ୨୮ ତାରିଖରେ ହୋଇଥିବା ଦୁର୍ଘଟଣାରେ ୩ ଜଣ ଭାରତୀୟଙ୍କ ଜୀବନ ଯାଇଛି ବୋଲି ଦୁଃଖର ସହ ସୂଚନା ଦେବାକୁ ବାଧ୍ୟ ହେଉଛୁ। ଅନ୍ୟ ଯେଉଁମାନେ ଆହତ ହୋଇଛନ୍ତି ସେମାନେ ମିଶରର ଭିନ୍ନ ଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ମୃତକ ଏବଂ ଆହତମାନଙ୍କ ସଂପର୍କୀୟମାନଙ୍କୁ ଯୋଗାଯୋଗ କରାଯାଇଛି। ଆହତ ଭାରତୀୟ ଚିକିତ୍ସତ ହେଉଥିବା ଡାକ୍ତରଖାନାମାନଙ୍କରେ ଦୂତବାସର ଅଧିକାରୀମାନେ ଉପସ୍ଥିିିତ ରହି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି।  ତେବେ, ଦୁର୍ଘଟଣାର ଶିକାର ହୋଇଥିବା ବସ୍‌ଟିରେ ସମୁଦାୟ ୧୬ ଜଣ ଭାରତୀୟ ଥିଲେ ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe