ପଶ୍ଚିମବଙ୍ଗ: ଜଗତ୍‌ଦଳର ୧୫ଟି ସ୍ଥାନରେ ଦେଶୀ ବୋମା ବିସ୍ଫୋରଣ, ୩ ଆହତ

Advertisment
ପଶ୍ଚିମବଙ୍ଗ: ଜଗତ୍‌ଦଳର ୧୫ଟି ସ୍ଥାନରେ ଦେଶୀ ବୋମା ବିସ୍ଫୋରଣ, ୩ ଆହତ

Image Courtesy of India Today

କୋଲ୍‌କାତା: ବୁଧବାର ରାତିରେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଦେଶୀ ବୋମା ବିସ୍ଫୋରଣ କାରଣରୁ ଜଣେ ପିଲା ସମେତ ତିନିଜଣ ବ୍ୟକ୍ତି ଆହତ ହୋଇଛନ୍ତି।

ଘଟଣାଟି ଜଗତ୍‌ଦଳର ୧୭ ନମ୍ବର ଗଳିରେ ଘଟିଛି। ଉକ୍ତ ସ୍ଥାନଟି ବାରାକ୍‌ପୁର ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ବାସଭବନ ଠାରୁ ବେଶୀ ଦୂର ନୁହେଁ।

ପୁଲିସ କହିବା ଅନୁସାରେ, ବୁଧବାର ରାତିରେ ଭାଟପଡ଼ା ପୌରପାଳିକା ଅନ୍ତର୍ଗତ ୧୭ ନମ୍ବର ଗଳିରେ କେତେକ ଅଜ୍ଞାତ ବ୍ୟକ୍ତି ବୋମା ଫିଙ୍ଗିଥିଲେ। ଏହାକୁ ମିଶାଇ ସହରର ୧୫ଟି ସ୍ଥାନରେ ବୋମା ଫିଙ୍ଗାଯାଇଥିବା କଥା ଜଣାପଡ଼ିଛି। କେତେକ ସ୍ଥାନରେ ଅଭିଯୁକ୍ତମାନେ ‘ସିସିଟିଭି କ୍ୟାମେରା’ଗୁଡ଼ିକୁ ମଧ୍ୟ ଭାଙ୍ଗି ପକାଇଛନ୍ତି।

ଘଟଣାସ୍ଥଳରେ ଜଗତ୍‌ଦଳ ପୁଲିସ ପହଞ୍ଚିବା ପରେ ସ୍ଥାନୀୟ ଉତ୍ତ୍ୟକ୍ତ ଜନତାଙ୍କ ପ୍ରତିବାଦର ସରବ୍ୟ ହୋଇଥିଲେ। ପୁଲିସ ଉପସ୍ଥିତିରେ ମଧ୍ୟ ଗୋଟିଏ ବୋମା ଫିଙ୍ଗା ଯାଇଥିବା କଥା ଲୋକେ ଅଭିଯୋଗ କରିଛନ୍ତି।

publive-image Image Courtesy of ANI

ଏହି ବୋମା ଫିଙ୍ଗା ଘଟଣାରେ କେଉଁମାନେ ଜଡ଼ିତ ଏବଂ କେଉଁ ଉଦ୍ଦେଶ୍ୟରେ ସେମାନେ ବୋମା ଫିଙ୍ଗିଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ଘଟଣା ସଂକ୍ରାନ୍ତରେ ଅବଗତ ହେବା ପରେ ବାରାକ୍‌ପୁର ବିଜେପି ସାଂସଦ ଅର୍ଜୁନ ସିଂହ ଘଟଣାସ୍ଥଳକୁ ଆସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୁଲିସକୁ କହିଥିଲେ।

ଅର୍ଜୁନ ସିଂହ କହିଛନ୍ତି, ଗତ ୧୦/୧୨ ଦିନ ହେବ ଆମେ ପୁଲିସକୁ ଫୋନ୍‌ କରୁଛୁ, କିନ୍ତୁ ଜନସାଧାରଣଙ୍କ ସୁରକ୍ଷା ଲାଗି ସୁନିଶ୍ଚିତ ହେବା ସକାଶେ ପୁଲିସ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସମ୍ବନ୍ଧରେ ଆମେ ନିର୍ବାଚନ କମିସନକୁ ମଧ୍ୟ ସୂଚନା ଦେଇଛୁ। ଏସବୁ ମଧ୍ୟରେ ପୁଣି ବୋମାଫିଙ୍ଗା କାଣ୍ଡ ଘଟିଲା। ପ୍ରକୃତ କଥା ହେଲା, ଶାସକ ଦଳର ନିର୍ଦେଶ ଯୋଗୁଁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

ପଶ୍ଚିମବଙ୍ଗର ବିଜେପି ନେତା ମୁକୁଲ୍‌ ରାୟ କହିଛନ୍ତି ଯେ, ଏହି ଆକ୍ରମଣ ଘଟଣା ଲାଗି ବିଜେପି ନିର୍ବାଚନ କମିସନ୍‌ଙ୍କ ଆଗରେ ଫେରାଦ ହେବ।

ସେହିପରି, ଜଗତ୍‌ଦଳ ବିଧାନସଭା ନିର୍ବାଚନ ମଣ୍ଡଳୀର ‘ଟିଏମ୍‌ସି’ ପ୍ରାର୍ଥୀ ସୋମନାଥ ଶ୍ୟାମ କହିଛନ୍ତି ଯେ, ମୁଁ ପାଇଥିବା ସୂଚନା ଅନୁସାରେ, ଏଇଟା ରାଜନୈତିକ ସଂଘର୍ଷଜନିତ ଘଟଣା ନୁହେଁ। ଏ ଘଟଣାର ପ୍ରକୃତ କାରଣ ବିଷୟରେ ଆମେ ନିଶ୍ଚିତ ନୋହୁଁ। କୌଣସି ରାଜନୈତିକ ପକ୍ଷପାତ ନ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆମେ ପୁଲିସକୁ କହିଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe